ପୁର୍ବତନ ସାଂସଦ ଜୟରାମ ପାଙ୍ଗି ଙ୍କ ଝିଅ ମୃତ କୁନ୍ଦୁଲି ବାସଭବନରେ ଶୋକାକୁଳ


ପଟ୍ଟାଙ୍ଗି୧୫/୦୨କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ମାଳିପୁଟ ପଞ୍ଚାୟତ ର କୁନ୍ଦୁଲି ହାଟପଦା ରେ ରହିଥିବା ପୁର୍ବତନ ସାଂସଦ ଜୟରାମ ପାଙ୍ଗି ଙ୍କ ବାସଭବନରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ସୂଚନା ମୁତାବକ ପାଙ୍ଗି ଙ୍କ ତୃତୀୟ ଝିଅ ରାଜଲକ୍ଷ୍ମୀ ପାଙ୍ଗି ଭୁବନେଶ୍ୱର ସ୍ଥିତ ସୋମ୍ ହସ୍ପିଟାଲରେ ଡାକ୍ତରୀ ପାଠ ପଢୁଥିବା ବେଳେ ଗତ ତିନି ବର୍ଷ ତଳେ ଅସୁସ୍ଥ ହୋଇ ଚିକିତ୍ସା ଧିନ ରହିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ କ୍ୟାନ୍ସର ରେ ପିଡିତ ହୋଇ ଆନ୍ଧ୍ର ରାଜ୍ୟର ବିଶାଖାପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ରେ ତିନି ବର୍ଷ ଧରି ଚିକିତ୍ସା ଧିନ ରହିଥିଲେ । ଏହି ସମୟରେ ଝିଅ ନିକଟରେ ବାପା ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଙ୍କ ସମେତ ପରିବାର ସଦସ୍ୟ ଝିଅ ରାଜଲକ୍ଷ୍ମୀ ଙ୍କ ପାଖରେ ରହି ଚିକିତ୍ସା କରାଉଥିଲେ କିନ୍ତୁ ଶେଷରେ ଝିଅ ରାଜଲକ୍ଷ୍ମୀ ପରିବାର ଙ୍କୁ ଏକା କରିଦେଇ ଗୁରୁବାର ବିଳମ୍ବିତ ରାତିରେ ଆରପାରି କୁ ଚାଲି ଯାଇଛନ୍ତି । ଯାହା ମୃତ ଶରୀର ଶୁକ୍ରବାର କୁନ୍ଦୁଲି ହାଟପଦା ସ୍ଥିତ ବାସଭବନରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା । ଏହି ସମୟରେ ପୁର୍ବତନ ସାଂସଦ ଝିନ ହିକକା ଙ୍କ ସମେତ କୈଶଲ୍ୟା ହିକକା , ପୂର୍ବତନ ବିଧାୟକ କୈଳାସ କୁଲେସିକା , ଭାଇ ପୁର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି , ପୁର୍ବତନ ବିଧାୟକ ରଘୁରାମ୍ ପଡାଲ ପ୍ରମୁଖ ଙ୍କ ସମେତ ସତାଧିକ ଶୁଭେଚ୍ଛୁ ପହଞ୍ଚି ଶେଷ ଦର୍ଶନ କରିଥିଲେ । ଶେଷରେ ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ଭାଇ ଅଶୋକ କୁମାର ପାଙ୍ଗି ମୁଖାଗ୍ନି ଦେଇଥିଲେ । ଏହି ସମୟରେ ମାଁ ସୁମିତ୍ରା ପାଙ୍ଗି , ପୁର୍ବତନ ବ୍ଲକ ଅଧ୍ୟକ୍ଷ ଜଗତ ଜ୍ୟୋତି ପାଙ୍ଗି ଙ୍କ ସମେତ କୋଟିଆ ପଞ୍ଚାୟତ ସମିତି ସଭ୍ୟା ବଡ଼ ଭଉଣୀ ଅମ୍ବିକା ପାଙ୍ଗି , କଳ୍ପନା ପାଙ୍ଗି ପ୍ରମୁଖ ଉପସ୍ଥିତ ରହିଥିଲେ । ଏହିପରି ଦୁଃଖଦ ଖବର ପାଇ ବିଧାୟକ ରାମଚନ୍ଦ୍ର କାଡାମ୍ ଶୋକ ପ୍ରକାଶ କରିଛନ୍ତି ।