Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଁ ସମଲେଶ୍ବରୀ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆରମ୍ଭ

ଝାରସୁଗୁଡା ୧୬/୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ୧୯ ଖଣ୍ଡ ମୌଜା ପିଥିଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେହେରୀଢ଼ିପା ଠାରେ ବାରପାଲି ଧୋବା ସମାଜ ପକ୍ଷରୁ ନବ ନିର୍ମିତ ମାଁ ସମଲେଶ୍ବରୀ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆଜି ଠାରୁ ଆରମ୍ଭ । ଆଜି ଫାଲଗୁନ କୃଷ୍ଣପକ୍ଷ ଚତୁର୍ଥୀ ରବିବାର କୁମ୍ଭାଭିଷେକ ଧାନ୍ୟଗାର ପୁର୍ଣ୍ଣ ଏବଂ ଅପରାହ୍ନ ୪ଟା ସମୟରେ ଘଣ୍ଟଶଙ୍ଖ ବାଦ୍ୟ ସହ ଏକ ଶୋଭାଯାତ୍ରାରେ ଯାଇ ନିକଟସ୍ଥ ବନ୍ଧରୁ ଜଳପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ବିଧି ଅନୁସାରେ ସ୍ଥାପନ କରା ଯାଇ ଅଧିବାସ ପୂଜା ହୋଇଥିଲା । ଉକ୍ତ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଉପେନ୍ଦ୍ର ସେଟ ସପତ୍ନୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଗଙ୍ଗାଧର ସେଠ, ଗୁରୁଦେବ ସେଠ,ନେହେରୁ ପଧାନ, ବଂଶୀଧର ଧୂରୁଆ, ମୁରଲି ଧୂରୁଆଙ୍କ ସମେତ ବାରପାଲି ଧୁବା ସମାଜର ସମସ୍ତ ସଦସ୍ୟ ପୂଜାକାର୍ଯ୍ୟରେ ସହଯୋଗ କରୁଛନ୍ତି । ଆସନ୍ତା ୧୯ ତାରିଖ ବୁଧବାର ଦିନ ଧ୍ବଜାରୋହଣ,ମନ୍ଦିର ଭିତରେ ମାଁ ଙ୍କ ମୂର୍ତ୍ତି ସ୍ଥାପନ ଏବଂ ପୂର୍ଣ୍ଣାହୁତି ସହ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଉଦଯାପିତ ହେବ । ଏହି ଅବସରରେ ସଂଚାର, ପାଲା, ପ୍ରବଚନ,କୀର୍ତ୍ତନ ଧାରା ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ