Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଁ ପଦ୍ମାସିନୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବ୍ଲୁ ଇଲେଭେନ ଚମ୍ପିଆନ୍

ଝାରସୁଗୁଡା ୧୬/୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଭିକମପାଲି ଫ୍ରେଣ୍ଡସ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ମିନି ଷ୍ଟାଡିୟମରେ ତିନିଦିନିଆ ମାଁ ପଦ୍ମାସିନୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇ ଯାଇଛି । ପଡ଼ୋଶୀ ଛତିଶଗଡ଼ ଓ ଆଞ୍ଚଳିକ ଦଳ ମିଶି ମୋଟ ୮ ଟି କ୍ରିକେଟ ଟିମ ଉକ୍ତ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ବେଳେ ସୁଖାଡିହି ଓ ବ୍ଲୁ ଇଲେଭେନ ମଧ୍ୟରେ ଫାଇନାଲ ହୋଇଥିଲା । ବ୍ଲୁ ଇଲେଭେନ ପ୍ରଥମ ଇନିଂସରେ ୧୨ ଓଭର ରେ ୧୬୮ ରନ୍ କରି ଥିବା ବେଳେ ସୁଖାଡିହି ୧୨ ଓଭରରେ ୧୨୨ ରନ୍ କରି ପରାସ୍ତ ହୋଇଥିଲା । ଅମ୍ପାୟାର ଶିବାନନ ବେହେରା ଓ ପିତାମ୍ବର ଗୋୟାଲ ଖେଳ ପରିଚାଳନା କରିଥିଲେ ।
ଆଜିର ଉଦଯାପନୀ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ, ଭିକମପାଲି ସରପଞ୍ଚ ପଦ୍ମିନୀ ସାହୁ,ଅତାବିରା ସରପଞ୍ଚ ସଞ୍ଜିତ ପଧାନ, ରେଙ୍ଗାଲି ଥାନା ଅଧିକାରୀ ସମରେନ୍ଦ୍ର ନାୟକ, ସମିତି ସଭ୍ୟା ବବିତା ମହାପାତ୍ର,ଡାଲମିଆ ଭାରତ ରିଫ୍ୟାକ୍ଟ୍ରି ଲିଃ ମ୍ୟାନେଜର ଗୋବର୍ଦ୍ଧନ ନାଥ, ଅବସରପ୍ରାପ୍ତ ଶିକ୍ଷକ ଦୁଃଖୀଶ୍ୟାମ ପଟ୍ଟନାୟକ ନିମନ୍ତ୍ରୀତ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପ ବିଜେତା ଉଭୟ ଦଳକୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ । ଭିକମପାଲି ଫ୍ରେଣ୍ଡସ କ୍ଲବର ସଭାପତି ଅଭିଷେକ ହୋତା,ସମ୍ପାଦକ ସ୍ୱାଧୀନ ମହାପାତ୍ର, ଅର୍ଜୁନ ଗଣ୍ଡ, ଦୀପକ ମେହେର, ଅଭିଜିତ୍ ରୟ, ରତନ କିଷାନ, ମିଥିଳେଶ ରାଠିଆ, ବିକାଶ ପଟେଲ, ଉପେନ୍ଦ୍ର ମେହେର,କିଶୋର ମେହେର, ରମଣ ପସାୟତ, ବବଲୁ ରାଉତ, ରାହୁଲ ବେହେରା ପ୍ରମୂଖ ସଦସ୍ୟ ପରିଚାଳନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ