Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାକନା ବୁଲାଇ ଲୁଟି ନେଲେ ଦୁର୍ବୁତ୍ତ ଡୁଡୁଗା ଓ ବାଘମୁଣ୍ଡା ଛକରୁ ଦୋକାନର ତାଲା ଭାଙ୍ଗି ଚୋରୀ

ଝାରସୁଗୁଡା ୧୬/୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ଓ ରେଙ୍ଗାଲି ଥାନା ଅଞ୍ଚଳରେ ପୁଲିସକୁ ଚ୍ୟାଲେଞ୍ଜ ଦେଇ ଦୁର୍ବୁତ୍ତ ମାନେ ଏନଏଚ ୪୯ ଛକ ଜାଗା ମାନଙ୍କରେ ଥିବା ବିଭିନ୍ନ ଦୋକାନକୁ ଟାର୍ଗେଟ କରି ତାଲା ଭାଙ୍ଗି ରାତ୍ର ସମୟରେ ବିଭିନ୍ନ ସାମଗ୍ରୀ ଚୋରୀ କରୁଛନ୍ତି । ହେଲେ ଦୁର୍ବୁତ୍ତ ମାନେ ମୁହଁରେ ମୁଖା ପରିଧାନ କରିଥିବା ଯୋଗୁଁ ଚୋରୀ କରୁଥିବା ସମୟର ଦୃଶ୍ୟ ସିସି କ୍ୟାମେରାରେ କଏଦ ହୋଇଥିଲେ ମଧ୍ୟ ସେମାନଙ୍କୁ ଚିହ୍ନଟ କରିବା ପୁଲିସ ପକ୍ଷେ କଷ୍ଟସାଧ୍ୟ ହୋଇ ପଡ଼ିଛି । ଆଜି ରାତିରେ ମଧ୍ୟ ଏନଏଚ ୪୯ ରେଙ୍ଗାଲି ଥାନା ଡୁଡୁଗା ଛକ ଅନନ୍ତ ଚା ଦୋକାନ ଏବଂ ଲଖନପୁର ଥାନା ବାଘମୁଣ୍ଡା ଛକିରେ ଥିବା ଦଶରଥ ବନଛୋର ଙ୍କ ଚା ଦୋକାନର ତାଲା ଭାଙ୍ଗି ଦୁର୍ବୁତ୍ତ ମାନେ ଚୋରୀ କରି ଫେରାର ହୋଇ ଯାଇଛନ୍ତି । ଏ ସମ୍ପର୍କରେ ରେଙ୍ଗାଲି ପୁଲିସ ଡୁଡୁଗା ଛକ ସ୍ଥିତ ଅନନ୍ତ ଙ୍କ ଚା ଦୋକାନକୁ ଯାଇ ତଦନ୍ତ କରୁଥିବା ବେଳେ ବାଘମୁଣ୍ଡା ଛକ ରେ ହୋଇଥିବା ଚୋରୀ ସମ୍ପର୍କରେ ଲଖନପୁର ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣା ପଡ଼ିଛି । ଏଭଳି ବାରମ୍ବାର ଚୋରୀ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ ମହଲରେ ଏକ ପ୍ରକାର କକୁଆ ଭୟର ବାତାବରଣ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି ।
ସୂଚନା ଥାଉକି ଗତ ୭ ତାରିଖ ରାତିରେ କନକତୋରା ଛକ ନିକଟରେ ଥିବା ଏକ ସୁନା ଦୋକାନରୁ ଚୋରୀ ହୋଇଥିବା ବେଳେ ଏହାର କିଛିଦିନ ବ୍ୟବଧାନ ଅର୍ଥାତ ଗତ ୧୦ ତାରିଖ ବିଳମ୍ବିତ ରାତିରେ ଭିକମପାଲି ଛକରେ ଥିବା ଏକ ମୋବାଇଲ ଦୋକାନର ତାଲାଭାଙ୍ଗି ବହୁ ମୁଲ୍ୟର ନୂଆ ଓ ପୁରୁଣା ମୋବାଇଲ, ଲ୍ୟାପଟପ ଆଦି ଚୋରୀ କରିବା ସହ ଦୋକାନରେ ଲାଗିଥିବା ସିସି କ୍ୟାମେରା ର ହାର୍ଡଡିକ୍ସ କୁ ମଧ୍ୟ ସାଙ୍ଗରେ ନେଇ ଚାଲି ଯାଇଥିଲେ । ସେହି ରାତିରେ ପୁଣି ଆସି ପଞ୍ଚଗାଁ ଛକରେ ଥିବା ବବୁଲୁ ମୋବାଇଲ ଦୋକାନ ଏବଂ ଅକ୍ଷୟ ଭୋଇ ଙ୍କ ଖଳିଦନା ଦୋକାନର କେବଳ ତାଲାକୁ ଭାଙ୍ଗି ଥିଲେ । କିନ୍ତୁ କୌଣସି ଜିନିଷ ଚୋରୀ କରି ପାରିନଥିଲେ । ଆଜି ପୁଣି ଅନୁରୂପ ଘଟଣା ଘଟିଛି । ଯାହା ପୁଲିସ ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇଛି । ତେଣୁ ପୁଲିସ ପ୍ରଶାସନ ପକ୍ଷରୁ ରାତ୍ର କାଳୀନ ପ୍ୟାଟ୍ରୋଲିଂ ଙ୍କୁ କଡାକଡି କରିବା ସହିତ ମୁଖ୍ୟ ଛକ ଜାଗା ମାନଙ୍କରେ ସୁରକ୍ଷା ପାଇଁ ଗୃହରକ୍ଷୀ ମାନଙ୍କୁ ନିୟୋଜିତ କରିବା ପାଇଁ ସାଧାରଣରେ ଦାବି ହେଉଛି ।