Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଲଖନପୁର ଶିଶୁ ମନ୍ଦିରରେ “ଘର ହିଁ ବିଦ୍ୟାଳୟ” କାର୍ଯ୍ୟକ୍ରମ

ଝାରସୁଗୁଡା ୧୬/୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସଦର ମହକୁମା ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଶନିବାର ଦିନ “ଘର ହିଁ ବିଦ୍ୟାଳୟ” ପ୍ରକଳ୍ପର ପ୍ରଥମ ସୋପାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଚେମାକାନ୍ତ ପଧାନ ମୁଖ୍ୟ ଅତିଥି ଏବଂ ବ୍ରଜରାଜନଗର ସଂକୁଳ ବାଟିକା ପ୍ରମୂଖ ଲଳିତା ବିଶ୍ଵାଳ ମୁଖ୍ୟବକ୍ତା ଏବଂ ପରିଚାଳନା ସମିତିର କୋଷାଧ୍ୟକ୍ଷ ଥଣ୍ଡାରାମ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହିତ ଶିଶୁ ଶିକ୍ଷାର ଭାରତୀୟ ଓ ପାଶ୍ଚାତ୍ୟ ସଂକଳ୍ପନା ଏବଂ ଶିଶୁ ଶିକ୍ଷାର ବର୍ତ୍ତମାନ ସ୍ଥିତି ବିଷୟରେ ମାର୍ଗ ଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ନୂତନ ଭାବେ ନାମ ଲେଖାଇଥିବା ୪୫ ଜଣ ଛାତ୍ରଛାତ୍ରୀଙ୍କ ଅବିଭାବକ, ଅବିଭାବିକା ଅଂଶଗ୍ରହଣ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ ଖମାରୀ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ପରିଚାଳନା ସମିତିର ସମ୍ପାଦକ ରାଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଦ୍ୟାଳୟ ଶିଶୁ ବାଟୀକା ବିଭାଗର ଗୁରୁମା ଶାନ୍ତିଲତା ସାହୁ, ହେମନ୍ତୀ ରଣା, ଉଷାବତୀ ବିଶ୍ଵାଳ, ଶିବାନୀ ରାଉତ,ସେବୀକା ବିଶ୍ୱାଳ ପରିଚାଳନାରେ ସହଯୋଗ କରିଥିଲେ ।

More Stories