ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟରେ ନେପାଳର ଜଣେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ହଷ୍ଟେଲ କ୍ୟାମ୍ପସରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ଏହାକୁ ନେଇ ଉତ୍ତ୍ୟକ୍ତ ନେପାଳ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ପରିସରରେ ଭଙ୍ଗାରୁଜା କରିଛନ୍ତି । ପୋଲିସ ସନ୍ଦେହରେ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି ।
ପରେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ କ୍ୟାମ୍ପସ୍ ସମ୍ମୁଖ ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ କରିଛି । ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ମୃତ ଛାତ୍ରୀ ଜଣଙ୍କ କିଟ୍ ବିଶ୍ବବିଦ୍ୟାଳରେ ବିଟେକ କରୁଥିଲେ ।
ପୋଲିସ ଜଣେ ଛାତ୍ରଙ୍କୁ ଅଟକ ରଖିଥିବା ବେଳେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସ ଛାଡିବାକୁ ନେପାଳ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତେଜନାକୁ ଦୃଷ୍ଟଯିରେ ରଖି ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣାକୁ ନେଇ କଲେଜ କର୍ତ୍ତୃପକ୍ଷ ସଫେଇ ରଖିଛନ୍ତି । କିଟ୍ କୂଳ ସଚିବ କହିଛନ୍ତି, ଅଟକ ଛାତ୍ରଙ୍କର ମୃତ ନେପାଳୀ ଛାତ୍ରୀଙ୍କ ପ୍ରେମ ସମ୍ପର୍କ ଥିଲା । ମନୋମାଳିନ୍ୟରୁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ।