Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାରେ ଗରିବ ମାଗଣାରେ କରିବେ ଜଗା ଦର୍ଶନ

ଭୁବନେଶ୍ବର: ରାଜ୍ୟର ଗରିବ ଲୋକେ ଆଉ ଟଙ୍କା ଅଭାବରୁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ ହେବେ ନାହିଁ । ରାଜ୍ୟ ସରକାର ଗରିବ ଲୋକଙ୍କୁ ମାଗଣାରେ ଜଗା ଦର୍ଶନ କରାଇବେ । ଏତିପାଇଁ ରାଜ୍ୟ ସରକାର ନୂଆ ଯୋଜନା ଆଣିଛନ୍ତି । ଗତକାଲି ଏନେଇ ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ମୋହାନ ଚରଣ ମାଝୀ ଘୋଷଣା କରିଛନ୍ତି । ଆଉ ଏହି ଯୋଜନାଟି ହେଲା ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା । ଏଥିପାଇଁ ଚଳିତ ବଜେଟ୍‌ରେ ୩୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

ଏହି ଯୋଜନାରେ ଭକ୍ତମାନେ ବିଭିନ୍ନ ଜିଲ୍ଲା ସଦର ମହକୁମାରୁ ବସରେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମାଗଣାରେ ମହାପ୍ରସାଦ ସେବନ କରିପାରିବେ । ଚଳିତ ବଜେଟ୍‌ରେ ପର୍ଯ୍ୟଟନ କ୍ଷେତ୍ରକୁ ବି ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଏଥିରେ ଘଟଗାଁ ତାରିଣୀ ମନ୍ଦିରର ବିକାଶ ମଧ୍ୟ ରହିଛି । ଏହାସହ ୧୦ ଜିଲ୍ଲାରେ ଐତିହ୍ୟ ଓ ପର୍ଯ୍ୟଟନ କମ୍ପ୍ଲେକ୍ସ କରିବା ନେଇ ଏଥର ବଜେଟ୍‌ରେ ବ୍ୟୟ ବରାଦ ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ