Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଔଷଧ ଆମଦାନିରେ ୨୫% ଟାରିଫ୍ ଲଗାଇବାକୁ ଟ୍ରମ୍ପଙ୍କ ଧମକ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସରକାରକୁ ଆସିବା ପରଠାରୁ ନୂଆନୂଆ ନିଷ୍ପତ୍ତି ନେବାରେ ଲାଗିଛନ୍ତି। ବିଭିନ୍ନ ଦେଶ ଉପରେ ଭିନ୍ନଭିନ୍ନ ଟାରିଫ୍ ଲଗାଇବାକୁ ମଧ୍ଯ ପଛାଉ ନାହାନ୍ତି। ଷ୍ଟିଲ୍ ଏବଂ ଆଲୁମିନିୟମ ପରେ ଏବେ ଟ୍ରମ୍ପ ଅଟୋମୋବାଇଲ, ସେମିକଣ୍ଡକ୍ଟର ଏବଂ ଔଷଧ ଆମଦାନିରେ ୨୫% ଶୁଳ୍କ କଷିବାକୁ ଧମକ ଦେଇଛନ୍ତି। ଯାହାପରେ ଚିନ୍ତାରେ ଭାରତୀୟ କମ୍ପାନି। ଏଥିପାଇଁ ଆମେରିକା ଏକ ବଡ଼ ବଜାର ହୋଇଥିବା ବେଳେ ଏହା ଲାଗୁ ହେଲେ ଭାରତୀୟ ଫାର୍ମା କମ୍ପାନିଙ୍କ ଖର୍ଚ୍ଚ ବଢ଼ିବା ସହ ସେମାନଙ୍କ ଲାଭ ପ୍ରଭାବିତ ହେବ।