ହସ୍ପିଟାଲରେ ଭର୍ତ୍ତି ସୋନିଆ ଗାନ୍ଧୀ


ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପେଟ ଜନିତ ସମସ୍ୟା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ତାଙ୍କୁ ଆଜି ଡିସଚାର୍ଜ କରାଯାଇପାରେ ବୋଲି ଜଣାପଡିଛି। ତେବେ ପୂର୍ବରୁ ମଧ୍ଯ ଅସୁସ୍ଥତା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।