Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡା ଜିଲ୍ଲା କୃଷକ ସଙ୍ଗଠନ ସମନ୍ୱୟ ସମିତି ବୈଠକ ଚାଷୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା

ଝାରସୁଗୁଡା ୨୨/୨ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ପଞ୍ଚାୟତ ଅନ୍ତର୍ଗତ ମହିମା ପୁରମ ବିଜାପାଲି ମହିମା ଆଶ୍ରମ ପରିସରରେ ଆଜି ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଲଖନପୁର ବ୍ଲକ ପଶ୍ଚିମାଞ୍ଚଳ କୃଷକ ସଙ୍ଗଠନ ସମନ୍ୱୟ ସମିତି ସଭାପତି ପଞ୍ଚାନନ ପଧାନ ସଭାପତିତ୍ୱ କରିଥିବା ବେଳେ ମହେନ୍ଦ୍ର କୁମାର ସାଏ ସଭାକାର୍ଯ୍ୟ ସଞ୍ଚାଳନ କରିଥିଲେ । ଉକ୍ତ ବୈଠକରେ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେବା ସହିତ ଜିଲ୍ଲାର କ୍ରପ୍ କଟିଙ୍ଗ ଆଧାର ରେ ଧାନ ସଂଗ୍ରହ ହାର ସ୍ଥିର କରିବା, ଧାନ ବିକ୍ରି ପାଇଁ ତାରିଖ ଧାର୍ଯ୍ୟ ଜିଲ୍ଲା କ୍ରୟ ସମିତିକୁ ସମ୍ପୂର୍ଣ୍ଣ କ୍ଷମତା ପ୍ରଦାନ କରିବା, ଟୋକନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଚ୍ଛେଦ କରିବା, ପଡ଼ୋଶୀ ଛତିଶଗଡ ଧାରାରେ ଧାନ ସଂଗ୍ରହ ନୀତି ଅବଲମ୍ବନ କରି ମିଲର୍ ଭୂମିକାକୁ ବନ୍ଦ ପୂର୍ବକ କଟନି ଛଟନି ଓ ଦଲାଲ ମୁକ୍ତ କରି ରାଜ୍ୟ ସରକାର ନିଜେ ଚାଷୀଙ୍କ ଠାରୁ ଧାନ କ୍ରୟ କରିବା, ପ୍ରତ୍ୟେକ ଚାଷୀଙ୍କ ଜମିକୁ ଜଳସେଚନ ବ୍ୟବସ୍ଥା କରିବା ସହିତ ଧାନ କ୍ରୟ ପରିମାଣ ଏକର ପିଛା ୧୩ ରୁ ୨୫ କ୍ୱିଣ୍ଟାଲକୁ ବୃଦ୍ଧି କରିବା, ସମସ୍ତ ମେଗା ଉଠା ଜଳସେଚନ ପ୍ରକଳ୍ପ ଠିକ୍ ଭାବେ କାର୍ଯ୍ୟକ୍ଷମ କରିବା ସହିତ ଖରିଫ ଓ ରବି ଉଭୟ ଚାଷ ପାଇଁ ଚାଷୀଙ୍କ ଜମିଳୁ ପାଣି ଯୋଗାଇବା, କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକୁ ବିଦ୍ୟୁତ ବିଲ ଦେୟମୁକ୍ତ କରିବା,ନାନୁ ୟୁରିଆକୁ ବାଧ୍ୟତା ମୂଳକ ନ କରିବା ଆଦି ବିଭିନ୍ନ ସମସ୍ୟା ବିଷୟରେ ସରଗରମ ଆଲୋଚନା ହୋଇଥିଲା ।
ରାଜ୍ୟ ସରକାର ଯଦି ଚାଷୀ ମାନଙ୍କ ଏହି ଦାବି ଗୁଡିକ ପ୍ରତି କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତାହେଲେ ଆଗାମୀ ଦିନରେ ଚାଷୀ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଉପସ୍ଥିତ ଚାଷୀ ସମୂହ ମତ ପ୍ରକାଶ କରିଥିଲେ । ଏହା ବ୍ୟତୀତ ଝାରସୁଗୁଡ଼ା ଜିଲ୍ଲାରେ ଅବିଚାରିତ ଶିଳ୍ପାୟନ ଓ ଖଣି ଖନନ କାରଣରୁ ହେଉଥିବା ପ୍ରଦୂଷଣକୁ ନେଇ ମଧ୍ୟ ବକ୍ତା ମାନେ ଉଦବେଗ ପ୍ରକାଶ କରିଥିଲେ।
ଆଜିର ବୈଠକରେ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ୱୟ ସମିତି ଆବାହକ ଅଶୋକ ପ୍ରଧାନ ଓ ଲିଙ୍ଗରାଜ, ପ୍ରବକ୍ତା ସରୋଜ ମହାନ୍ତି,ସଂଯୋଜକ ବ୍ୟୋମକେଶ ଠାକୁର, ଶିବ ପ୍ରସାଦ ପ୍ରଧାନ, ଅରୁଣ ପ୍ରଧାନ,ଭୈରବ ପ୍ରଧାନ, ସୁରେଶ ତ୍ରିପାଠୀ,ରମେଶ ତ୍ରିପାଠୀ ଏବଂ ସ୍ଥାନୀୟ ଚାଷୀ ମାନଙ୍କ ମଧ୍ୟରେ ଗିରିଶ ଖମାରୀ, ଧନେଶ୍ୱର ବିଶ୍ୱାଳ,ଜଗଦୀଶ ଭୋଇ,ନନ୍ଦକିଶୋର ଭୋଇ, ରତ୍ନାକର ଖମାରୀ,ହିମାଂଶୁ ଭୂଷଣ ପଧାନ,ତୀର୍ଥବାସୀ ମେହେର, ରାମନାଥ ବିଶି,ଚନ୍ଦ୍ରମଣି ବିଶ୍ଵାଳ, ବିଜୟଲାଲ ବିଶ୍ୱାଳ, ସୁରେଶ ଖମାରୀ, ଗୋବର୍ଦ୍ଧନ ବାରିକ,ଶମ୍ଭୁ ନାଥ,ଡୋଳାମଣି ପଧାନ, ବିନୋଦ ପଧାନ,ଅଶୋକ ସାହୁ,ଜଗବନ୍ଧୁ ସା, ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ଚାଷୀ ଯୋଗଦାନ କରି ନିଜ ନିଜ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ଶେଷରେ ମଚିଦା ପ୍ୟାକ୍ସର ସଭାପତି ଫକୀର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ