ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ କର୍ଡାପାଲ ୟୁପିସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସଭାପତି ଦାମୋଦର ହୋତାଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବକୁ ଅବସର ପ୍ରାପ୍ତ କୃଷି ଅଧିକାରୀ ଦୟାନିଧି ହୋତା ମୁଖ୍ୟ ଅତିଥି ଓ ବକ୍ତା ଭାବରେ ବିରାମହରାଜପୁର ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ପ୍ରକାଶ କୁମାର୍ ଶେଠ ଏବଂ ସମ୍ମାନିତ ଅତିଥି ଭାବରେ ସିଆରସି ସି ପ୍ରହଲ୍ଲାଦ ମୁଖୀ ଯୋଗଦେଇ ଥିଲେ l ଆମେ ସଫଳତା ପାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁ I ମାତ୍ର ଯେ କୌଣସି ଉପାୟରେ ଯେଉଁ ସଫଳତା ମିଳେ ତାହା ଚିରସ୍ଥାୟୀ ନୁହେଁ l ତେଣୁ କଠିନ ଅଧ୍ଯବସାୟ, ଲକ୍ଷ୍ୟ ଓ ଅନବରତ ଉଦ୍ୟମ କରି ଯେଉଁ ସଫଳତା ମିଳେ ତାହା ଆନନ୍ଦ ଦେଇଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ I ଏହି ଅବସରରେ ବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ଦେହୁରୀ , ଦଶରଥ ମଲ୍ଲିକ , କିଶୋର ଚନ୍ଦ୍ର ହୋତା ଗୁଣନିଧି ମହାକୁର ଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା l ଶିକ୍ଷକ ରାଜେନ୍ଦ୍ର ମେହେର ଓ ଅମୃତା ରାଣୀ ଖେତୀ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ମେହେର ବିବରଣୀ ପାଠ କରିଥିଲେ l ଶିକ୍ଷକ ସ୍ଵାଧୀନ କୁମାର୍ ବିଶ୍ଵାଳ ଧନ୍ୟବାଦ୍ ଦେଇଥିଲେ l ଏହି ଅବସରରେ ହୃଷିକେଶ ଦାସଙ୍କ ନିର୍ଦ୍ଦେଶିତ ସାମାଜିକ ନାଟକ ପାଲିତା କନ୍ୟା ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ ହୋଇଥିଲା l
କର୍ଡାପାଲ ୟୁ ପି ସ୍କୁଲ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
