Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତା ୯ ତାରିଖରେ ନବୀନଙ୍କୁ ‌ଭେଟିବେ ନୀତିଶ

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର ବିରୋଧୀ-ଶାସିତ ରାଜ୍ୟଗୁଡିକର ପରିଦର୍ଶନ କରୁଛନ୍ତି। ଆସନ୍ତା ୯ରେ ନବୀନଙ୍କୁ ‌ଭେଟିବେ ନୀତିଶ।

ଅଣ ବିଜେପି ରାଜନୈତିକ ଦଳ ମଧ୍ୟରେ ଏକତା ସୃଷ୍ଟି କରିବାର ପ୍ରୟାସର ଏକ ଅଂଶ ଭାବରେ ନୀତୀଶ କୁମାର ଆସନ୍ତା ୯ରେ ଓଡ଼ିଶା ଗସ୍ତରେ ଆସି ବିଜେଡି ସୁପ୍ରିମୋ ନବୀନଙ୍କୁ ଭେଟିବେ। ଭୁବନେଶ୍ୱରରେ ପହଞ୍ଚିବା ପରେ ମଧ୍ୟାହ୍ନ ୧୨ ଟାରେ ନବୀନ ଓ ନୀତିଶଙ୍କ ମଧ୍ୟରେ ହୋଇପାରେ ଗୁରୁତ୍ବପୂର୍ଣ୍ଣ ବୈଠକ।

ଆସନ୍ତା ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ବିରୋଧୀ ଦଳ ମଧ୍ୟରେ ଏକତା ଆଣିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଚଳିତ ବର୍ଷ ଏପ୍ରିଲରେ ଦିଲ୍ଲୀରେ ବିଶିଷ୍ଟ ବିରୋଧୀଦଳ ନେତାଙ୍କୁ ଭେଟିବା ପରେ ନୀତୀଶ କୁମାର ଘୋଷଣା କରିଥିଲେ ଯେ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବା ପାଇଁ ସେ ସାରା ଦେଶ ଭ୍ରମଣ କରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ