Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସାମରେ ୫.୦ ତୀବ୍ରତାର ଭୂମିକମ୍ପ ଝଟକା

ଗୌହାଟି: ଆସାମର ମୋରିଗାଓଁ ଜିଲ୍ଲାରେ ଆଜି ସକାଳେ ୫.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏହାର କେନ୍ଦ୍ରସ୍ଥଳ ୧୬ କିଲୋମିଟର ଗଭୀରତାରେ ଥିଲା। ତେବେ ମୋରିଗାଁଓ ସମେତ ଗୌହାଟି, ଶିଲଂ ଏବଂ ଆସାମର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ତେବେ ଏଯାବତ କ୍ଷୟକ୍ଷତି ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଅପରପକ୍ଷରେ ଦେଶରେ କ୍ରମାଗତଭାବେ କିଛି ଦିନ ହେବ ଭୂକମ୍ପ ଝଟକା ଅନୁଭୂତ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ