Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବଦ୍ରିନାଥରେ ହିମସ୍ଖଳନ; ୫୭ ଶ୍ରମିକ ଫସିଥିବା ଆଶଙ୍କା

ଡେରାଡୁନ: ପ୍ରବଳ ତୁଷାରପାତ ଯୋଗୁଁ ବଦ୍ରିନାଥରେ ହିମସ୍ଖଳନ ହୋଇଛି। ଯାହାଫଳରେ, ୫୭ ଜଣ ଶ୍ରମିକ ବରଫ ତଳେ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି।

ବଦ୍ରିନାଥ ଠାରୁ ୩ କିମି. ଦୂରରେ ଏହି ଘଟଣା ଘଟିଥିବା କୁହାଯାଉଛି।ପ୍ରଶାସନ ଏବଂ ବିଆରଓ ଦଳ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ୧୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି। ତେବେ ଉଦ୍ଧାର କାର୍ଯ୍ୟରେ ଏସଡିଆରଏଫ୍, ଏନଡିଆରଏଫ୍, ଆଇଟିବିପି, ସୀମା ସଡ଼କ ସଂଗଠନ (ବିଆରଓ) ସହ ଜିଲ୍ଲା ପ୍ରଶାସନ ନିୟୋଜିତ ଅଛନ୍ତି।

ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଉଦ୍ଧାର ହୋଇଥିବା କିଛି ଲୋକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଥିବା ବେଳେ ଚିକିତ୍ସା ପାଇଁ ସେମାନଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।