ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଚାନ୍ଦ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ସାଧାରଣ ସଭା ରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍କୁଲର ଭିତ୍ତି ଭୂମି ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବୀରମହାରାଜପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ହିମାଂଶୁ ଶେଖର ପାଢ଼ୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଉତ୍ତମ ଚରିତ୍ର ଓ ରାଷ୍ଟ୍ର ପ୍ରେମୀ ହେବା ପାଇଁ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ମାର୍ଗ ଦର୍ଶନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ଅନୁସୟା ପଧାନ , ସ୍ଥାନୀୟ ବାପୁଜୀ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶେଷଦେବ ମିଶ୍ର , ସଂଗ୍ରାମପୁର କ୍ଲଷ୍ଟର ର ସିଆରସିସି ଅନାଦି ଜଗଦଲା , ସ୍କୁଲ ପରିଚାଳନା କମିଟିର ସଭାପତି ଜ୍ୟୋତ୍ସ୍ନାମୟୀ ଷଡ଼ଙ୍ଗୀ , ପଞ୍ଚସଖା ଶିକ୍ଷାସେତୁ ର ସଭାପତି ସପନ ପଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ନିଜର ମତବ୍ୟକ୍ତ କରିଥିଲେ। ସଙ୍ଗୀତ ନିର୍ଦ୍ଦେଶକ ହୃଷୀକେଶ ଦାସ ଙ୍କ ନିର୍ଦ୍ଦେଶନାରେ ସ୍କୁଲ ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । ଅଚ୍ୟୁତାନନ୍ଦ ସାହୁ ସଭା ସଂଯୋଜନା କରିବା ସହିତ ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ କ୍ରିଷ୍ଣାପ୍ରିୟା ମହାନନ୍ଦ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ପ୍ରାଣବନ୍ଧୁ ସାହୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏହି ଅବସର ରେ କମିରା ସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ ଷଡ଼ଙ୍ଗୀ ଓ ଚକ୍ରଧର ପଧାନ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ ଶ୍ରେଷ୍ଠ ଶୃଙ୍ଖଳିତ ଛାତ୍ରୀ ଭାବେ ବିଜୟିନୀ ପ୍ରଧାନ , ପରିଷ୍କାର ପରିଚ୍ଛନ୍ନତା ପାଇଁ ଆୟୁଷ୍ମାନ ପ୍ରଧାନ , ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ସମ୍ବିତ ପାତ୍ର , ପରିବେଶ ପରିଚ୍ଛନ୍ନତା ପାଇଁ ରୁଚିରାଣୀ ପ୍ରଧାନ , ଶ୍ରେଷ୍ଠ ଉପସ୍ଥାନ ପାଇଁ ବିଦୁସ୍ମିତା ପ୍ରଧାନ , ଚଳିତ ଶିକ୍ଷା ବର୍ଷର ଶ୍ରେଷ୍ଠ ଛାତ୍ରୀ ଭାବେ ଅମ୍ରିତା ଷଡ଼ଙ୍ଗୀ ଏବଂ ଗତ ବାର୍ଷିକ କ୍ରୀଡା ରେ ବିଭିନ୍ନ ବର୍ଗରେ ଚାମ୍ପିଅନ ହୋଇଥିବା ବାଦଲ ପ୍ରଧାନ , ଅର୍ଚ୍ଚିତା ସାହୁ ଓ ଡିଲେଶ୍ୱରୀ ପଧାନ ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ନାଟ୍ୟ ଓ ନୃତ୍ୟ ନିର୍ଦ୍ଦେଶକ ବାସୁଦେବ ନାଏକ ଙ୍କ ରଚନା ଓ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପାହାନ୍ତି ସପନ ପରିବେଷଣ ହୋଇଥିଲା ।ଶିକ୍ଷୟିତ୍ରୀ ତପସ୍ପିନୀ ବାହୁକ , ରଞ୍ଜନ ହରିପାଲ , ଚନ୍ଦ୍ରମଣି ବାଘ , ରଞ୍ଜିତ ପଧାନ ଓ ବିଭିନ୍ନ ସ୍କୁଲର ଶିକ୍ଷକ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଅଭିଭାବକ ଉପସ୍ଥିତ ଥିଲେ।
କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ
