Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୪ ସନ୍ତାନର ବାପା ଏଲନ ମସ୍କ!

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ପୁଣି ଥରେ ବାପା ହୋଇଛନ୍ତି। ୧୪ ସନ୍ତାନର ବାପା ହୋଇଛନ୍ତି। ନବଜାତ ଶିଶୁର ଜନ୍ମ ବିଷୟରେ ସେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି। ଏହି ପିଲାଟିର ନାମ ସେଲଡନ ଲାଇକର୍ଗସ ରଖିଛନ୍ତି।

୨୮ ଫେବୃଆରୀ ୨୦୨୫ରେ, ମସ୍କଙ୍କ ପାର୍ଟନର ତଥା ନ୍ୟୁରାଲିଙ୍କ କାର୍ଯ୍ୟନିର୍ବାହୀ ଶିବନ୍ ଜିଲିସ୍ ଘୋଷଣା କରିଥିଲେ ଯେ ସେମାନେ ନିଜର ଚତୁର୍ଥ ସନ୍ତାନ ସେଲଡନ୍ ଲାଇକର୍ଗସ୍ ମସ୍କଙ୍କୁ ସ୍ୱାଗତ କରିଛନ୍ତି। ଏହା ମସ୍କଙ୍କର ୧୪ତମ ସନ୍ତାନ ବୋଲି କୁହାଯାଉଛି।

ଉଲ୍ଲେଖନୀୟ ଯେ ମସ୍କଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ତାଙ୍କ ବ୍ୟବସାୟିକ ଜୀବନ ପରି ବହୁତ ଚର୍ଚ୍ଚିତ। ଖାଲି ଏତିକି ନୁହେଁ ତାଙ୍କର ବୈବାହିକ ଜୀବନ ମଧ୍ଯ ଖୁବ୍ ଚର୍ଚ୍ଚିତ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ