Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୯୭ତମ ଓସ୍କାର ପୁରସ୍କାର ଘୋଷଣା…

ୱାଶିଂଟନ: ୨୦୨୫ ଅର୍ଥାତ ୯୭ତମ ଓସ୍କାର ପୁରସ୍କାର ଘୋଷଣା ହୋଇଛି । ଚଳିତବର୍ଷ ଏହି ଏକାଡେମୀ ପୁରସ୍କାର ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ହୋଇଯାଇଛି। ମିକି ମ୍ୟାଡିସନ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ଶ୍ରେଷ୍ଠ ଅଭିନେତା ଭାବେ ଆଡ୍ରିଏନ୍‌ ବ୍ରୋଡି ଓସ୍କାର ପୁରସ୍କାର ଜିତିଛନ୍ତି।

ହଲିଉଡ ଅଭିନେତା କିରନ କଲକିନ ଶ୍ରେଷ୍ଠ ସହାୟକ ଅଭିନେତାର ପୁରସ୍କାର ଜିତିଛନ୍ତି। ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ପୁରସ୍କାର ଜିତିଛି ଆନୋରା । ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ – ସିଆନ୍ ବେକର (ଚଳଚ୍ଚିତ୍ର: ଆନୋରା), ଶ୍ରେଷ୍ଠ ଆକ୍ସନ୍ ଲାଇଭ୍ ସର୍ଟ ଫିଲ୍ମ – ଆଇ ଏମ୍ ନଟ ଏ ରୋବୋଟ୍, ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଚର ଫିଲ୍ମ – ଆଇ ଏମ୍ ଷ୍ଟିଲ୍ ହିୟର, ଶ୍ରେଷ୍ଠ ସିନେମାଟୋଗ୍ରାଫି – ଦି ବ୍ରୁଟାଲିଷ୍ଟ , ଡକ୍ୟୁମେଣ୍ଟାରୀ ଫିଚର୍ ଫିଲ୍ମ – ନୋ ଅଦର ଲ୍ୟାଣ୍ଡ, ଡକ୍ୟୁମେଣ୍ଟାରୀ କ୍ଷୁଦ୍ର ଚଳଚ୍ଚିତ୍ର – ଦ ଓନଲି ଗାର୍ଲ ଅନ ଦି ଅର୍କେଷ୍ଟ୍ରା, ଶ୍ରେଷ୍ଠ ସହାୟକ ଅଭିନେତ୍ରୀ – ଜୋ ସାଲଡାନା (ଚଳଚ୍ଚିତ୍ର: ଏମିଲିଆ ପେରେଜ୍), ଶ୍ରେଷ୍ଠ ମୌଳିକ ଗୀତ – ଏଲ୍ ମାଲ୍ (ଚଳଚ୍ଚିତ୍ର: ଏମିଲିଆ ପେରେଜ୍), ଶ୍ରେଷ୍ଠ ଆନିମେଟେଡ୍ ଫିଚର୍ ଫିଲ୍ମ – ଫ୍ଲୋ, ଶ୍ରେଷ୍ଠ ଆନିମେଟେଡ୍ କ୍ଷୁଦ୍ର ଚଳଚ୍ଚିତ୍ର –  ଇନ ଦ ଶ୍ୟାଡୋ ଅଫ ଦ ସାଇପ୍ରେସ, ଶ୍ରେଷ୍ଠ ପୋଷାକ ଡିଜାଇନ୍ – ପଲ ତାଜେୱେଲ୍ (ଚଳଚ୍ଚିତ୍ର: ୱିକେଟ୍), ଶ୍ରେଷ୍ଠ ଅନୁକୂଳିତ ଚିତ୍ରନାଟ୍ୟ – ପିଟର ଷ୍ଟ୍ରାଘାନ୍ (ଚଳଚ୍ଚିତ୍ର: କନକ୍ଲେଭ୍), ଶ୍ରେଷ୍ଠ ଶବ୍ଦ – ଡୁନ୍: ପାର୍ଟ 2, ଶ୍ରେଷ୍ଠ VFX – ଡୁନ୍: ପାର୍ଟ 2।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ