Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେକର୍ଡ ଭାଙ୍ଗୁଛି ‘ଛାବା’, ଜାଣନ୍ତୁ କେତେ ରହିଛି କଲେକ୍ସନ

ମୁମ୍ବାଇ: ଆୟ ମାମଲାରେ ‘ଛାବା’ ଅନେକ ଫିଲ୍ମର ରେକର୍ଡ ଭାଙ୍ଗି ସାରିଛି।ଭିକି କୌଶଳ ଏବଂ ରଶ୍ମିକା ମନ୍ଦନା ଅଭିନୀତ ଏହି ଫିଲ୍ମଟି ସୋମବାର ‘ପୁଷ୍ପା ୨’ର ରେକର୍ଡ ମଧ୍ୟ ଭାଙ୍ଗି ଦେଇଛି।

‘ଛାବା’ ସୋମବାର ବକ୍ସ ଅଫିସରୁ 8.50 କୋଟି ଟଙ୍କା ସଂଗ୍ରହ କରିଛି। ‘ଛାଭା’ର ମୋଟ କଲେକ୍ସନ ବିଷୟରେ କହିବାକୁ ଗଲେ, ଫିଲ୍ମଟି ଏପର୍ଯ୍ୟନ୍ତ ବକ୍ସ ଅଫିସରୁ ୪୬୭.୨୫ କୋଟି ଟଙ୍କା ସଂଗ୍ରହ କରିସାରିଛି। ମ୍ୟାଡକ ଫିଲ୍ମସ ବ୍ୟାନରରେ ନିର୍ମିତ ‘ଛାବା’ ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନ ଉପରେ ଆଧାରିତ।

ତାଙ୍କ ବ୍ୟତୀତ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଚରିତ୍ରରେ ଅକ୍ଷୟ ଖନ୍ନା ରହିଥିବା ବେଳେ ଆଶୁତୋଷ ରାଣା, ବିନୀତ, ଦିବ୍ୟା ଦତ୍ତା, ନୀଲ ଭୂପଲମ, ପ୍ରଦୀପ ରାୱତ ଏବଂ ଡାଏନା ପେଣ୍ଟି ଭଳି କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ତେବେ ଲକ୍ଷ୍ମଣ ଉତ୍ତେକର ଛାବା ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ