Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଉଥ୍ ଫିଲ୍ମରେ ଏଣ୍ଟ୍ରି କରିବେ ଡେଭିଡ୍ ୱାର୍ଣ୍ଣର

ଚେନ୍ନାଇ: ନିର୍ଦ୍ଦେଶକ ଭେଙ୍କି କୁଡୁମୁଲାଙ୍କ ଆଗାମୀ ତେଲୁଗୁ ଆକ୍ସନ୍ ଏଣ୍ଟରଟେନ ‘ରବିନହୁଡ୍’ରେ ଅଷ୍ଟ୍ରେଲିୟ କ୍ରିକେଟର ଡେଭିଡ୍ ୱାର୍ଣ୍ଣର ଏକ କ୍ୟାମିଓ କରିବେ। ଯେଉଁଥିରେ ଅଭିନେତା ନୀତିନ୍ ମୁଖ୍ୟ ଭୂମିକାରେ ଅଛନ୍ତି। ଏନେଇ ଫିଲ୍ମର ପ୍ରଯୋଜକ ୱାଇ ରବିଶଙ୍କର ପ୍ରକାଶ କରିଛନ୍ତି।

ଜିଭି ପ୍ରକାଶଙ୍କ ମୁଖ୍ୟ ଭୂମିକାରେ ଥିବା ଚଳଚ୍ଚିତ୍ର ‘କିଙ୍ଗଷ୍ଟନ’ର ପ୍ରମୋସନାଲ୍ ଇଭେଣ୍ଟ ସମୟରେ ପ୍ରଯୋଜକ ନିଜ ଅପକମିଂ ଚଳଚ୍ଚିତ୍ର ରବିନ୍ ହୁଡ୍ ବିଷୟରେ ପ୍ରକାଶ କରିଥିଲେ।ଆମେ ଆମର ଫିଲ୍ମ ‘ରବିନ୍ ହୁଡ୍’ ମାଧ୍ଯମରେ ଡେଭିଡ୍ ୱାର୍ଣ୍ଣରଙ୍କୁ ଭାରତୀୟ ସିନେମାରେ ଲଞ୍ଚ କରି ବହୁତ ଖୁସି ବୋଲି ସେ ପ୍ରକାଶ କରିଥିଲେ।

ଅପରପକ୍ଷରେ ଏହି ଫିଲ୍ମରେ ନିତିନଙ୍କ ବିପକ୍ଷରେ ଦକ୍ଷିଣ ସିନେମାର ଅଭିନେତ୍ରୀ ଶ୍ରୀଲୀଲା ଲିଡ୍ ରୋଲରେ ନଜର ଆସିବେ। ଫିଲ୍ମଟି ୨୮ ମାର୍ଚ୍ଚରେ ମୁକ୍ତିଲାଭ କରିବାକୁ ଯାଉଛି।