Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

India vs New Zealand Test Series: ଟେଷ୍ଟ ସିରିଜ୍‌ ପାଇଁ ଭାରତୀୟ ଦଳରେ ସାମିଲ ହେଲେ ଗୁରନୂର ବରାର, ବାଦ୍ ପଡିଲେ କୁଲଦୀପ ଯାଦବ!

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ଭାରତୀୟ ଦଳରେ ପରିବର୍ତ୍ତନ କରିଛି BCCI। ଚୟନ କମିଟି ଦ୍ରୁତ ବୋଲର ଗୁରନୂର ବରାରଙ୍କୁ ଟେଷ୍ଟ ଦଳରେ ସାମିଲ କରିଛି। ସେ ଏବେ ଟେଷ୍ଟ ଦଳର ଅନ୍ୟ ସଦସ୍ୟଙ୍କ ସହ ଯୋଗଦେବେ। ତେବେ ଗୁରନୂର ଏଯାଏଁ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିନାହାନ୍ତି।

ଟେଷ୍ଟ ଦଳରେ ସାମିଲ ହେବା କାରଣରୁ ଗୁରନୂର ନଭେମ୍ବର ୧୫ରେ ମାଉଣ୍ଟ ମାଉଙ୍ଗାନୁଇରେ ହେବାକୁ ଥିବା ଦିନିକିଆ ସିରିଜ୍‌ର ପଞ୍ଚମ ତଥା ଶେଷ ମ୍ୟାଚ୍‌ ଖେଳିପାରିବେ ନାହିଁ। ତାଙ୍କ ସ୍ଥାନରେ ଏହି ମ୍ୟାଚ୍‌ ପାଇଁ ଅନ୍ୟ କୌଣସି ଖେଳାଳିଙ୍କୁ ଦଳରେ ସାମିଲ କରାଯାଇନାହିଁ। ଗୁରନୂର ଭାରତ ପାଇଁ ୧୩ଟି ଦିନିକିଆ ଖେଳି ୨୩ଟି ୱିକେଟ୍‌ ନେଇଛନ୍ତି। ଅନ୍ୟପଟେ ସ୍ପିନର କୁଲଦୀପ ଯାଦବଙ୍କୁ ଟେଷ୍ଟ ଦଳରୁ ମୁକ୍ତ କରାଯାଇଛି। ସେ ଭାରତରେ ଚାଲିଥିବା ଘରୋଇ କ୍ରିକେଟ୍‌ରେ ଖେଳିବେ।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ନଭେମ୍ବର ୧୯ରୁ ୱେଲିଂଟନ୍‌ର ବେସିନ୍‌ ରିଜର୍ଭରେ ଖେଳାଯିବ। ସେହିପରି ଦ୍ୱିତୀୟ ଟେଷ୍ଟ ନଭେମ୍ବର ୨୭ରୁ କ୍ରାଇଷ୍ଟଚର୍ଚ୍ଚର ହାଗ୍‌ଲେ ଓଭାଲ୍‌ରେ ଆୟୋଜିତ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories