Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଞ୍ଚଳିକ ବିଦ୍ୟୁତ ଉପଭୋକ୍ତାଙ୍କ ବିଶାଳ ପ୍ରତିବାଦ ସଭା ଗାଁ ଓ ପଞ୍ଚାୟତ ସ୍ତରରେ ଗଠନ ହେବ ଉପଭୋକ୍ତା କମିଟି

ଝାରସୁଗୁଡା ୫/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଞ୍ଚଗାଁ ମା ଗାୟତ୍ରୀ ଯଜ୍ଞ ମଣ୍ଡପ ପରିସରରେ ଆଞ୍ଚଳିକ ବିଦ୍ୟୁତ ଉପଭୋକ୍ତା ସଂଗ୍ରାମ ସମିତିର ଆହ୍ୱାନ କ୍ରମେ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ବଳନ ପୁର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବରିଷ୍ଠ ଶିକ୍ଷାବିଦ ତଥା ଅବସରପ୍ରାପ୍ତ ଶିକ୍ଷକ ସେବକରାମ ଭୋଇ ସଭାପତିତ୍ୱ କରିଥିବା ବେଳେ ସମାଜସେବୀ ମହେନ୍ଦ୍ର କୁମାର ସାଏ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ବରିଷ୍ଠ ସଦସ୍ୟ ଜନାର୍ଦନ ପଣ୍ଡା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଉକ୍ତ ପ୍ରତିବାଦ ସଭାରେ ସୀମାନ୍ତ ୧୯ ଖଣ୍ଡ ମୌଜା କଣ୍ଡେଇକେଲା ଠାରୁ ଆରମ୍ଭ କରି ଜାମଗାଁ ପର୍ଯ୍ୟନ୍ତ ମୋଟ ୧୩ ଟି ପଞ୍ଚାୟତରୁ ବହୁ ସଂଖ୍ୟକ ବିଦ୍ୟୁତ ଉପଭୋକ୍ତାଙ୍କ ସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଯୋଗଦାନ କରି ବିଦ୍ୟୁତ ବିତରକ ଟାଟା ପାୱାର କମ୍ପାନୀର ମନମୁଖୀ କାର୍ଯ୍ୟ କଳାପକୁ ଦୃଢ଼ ନିନ୍ଦା କରିବା ସହିତ ବିଭିନ୍ନ ନାରାବାଜୀ ଦେଇଥିଲେ ।
ଏହି ଅବସରରେ ପଞ୍ଚଗାଁ ସରପଞ୍ଚ ମୁକେଶ ବାରିକ ଓ ସମିତି ସଭ୍ୟ ରୋହିତ ଧୁରୁଆ,,ଅତାବିରା ସରପଞ୍ଚ ସଞ୍ଜିତ ପଧାନ, ପଲସଦା ସରପଞ୍ଚ ତନୟା ଚାନ୍ଦ, ଭିକମପାଲି ସରପଞ୍ଚ ପଦ୍ମିନୀ ସାହୁ,ଜଗଦୀଶ ପ୍ରସାଦ ମିଶ୍ର, ରବୀରତ୍ନ ପଧାନ, ସୁଦାମ ପଧାନ, ଗିରିଶ ଚନ୍ଦ୍ର ରାଉତ,ଦିଲ୍ଲୀପ ପଟେଲ,ପରିତୋଷ ମିଶ୍ର, ଯଦୁମଣି ଭଇଁସାଲ, ସଞ୍ଜୟ ଭୋଇ, ଗୌତମ ବେହେରା, ଜଗବନ୍ଧୁ ସା, ପ୍ରଦୀପ ବିଶ୍ଵାଳ,ଗଏନୁ କିଷାନ ପ୍ରମୁଖ ଟାଟା ପାୱାର କମ୍ପାନୀର ମନମୁଖୀ କାର୍ଯ୍ୟ କଳାପକୁ ତୀବ୍ର ସମାଲୋଚନା କରିବା ସହିତ ହୀରାକୁଦ ବିସ୍ଥାପିତ ପରିବାରଙ୍କୁ ମାଗଣା ବିଦ୍ୟୁତ ଯୋଗାଇବା, ସ୍ମାର୍ଟ ମିଟର ସମ୍ପୂର୍ଣ୍ଣ ବନ୍ଦ କରିବା, ବକେୟା ବିଲ ସମ୍ପୂର୍ଣ୍ଣ ଛାଡ଼ କରିବା,ଉପଭୋକ୍ତାଙ୍କ ପ୍ରତି ଭିଜିଲାନ୍ସ ଅତ୍ୟାଚାର ନୀତି ବନ୍ଦ କରିବା ଆଦି ବିଭିନ୍ନ ଦାବି ଉପରେ ମନ୍ତବ୍ୟ ଦେବା ସହିତ ଝାରୁପଡ଼ା (ପଞ୍ଚଗାଁ) ଓ ଧୁଲୁଣ୍ଡା ଗ୍ରୀଡ଼ ଅଧୀନସ୍ଥ ପ୍ରତି ଗ୍ରାମ ଓ ପଞ୍ଚାୟତ ସ୍ତରରେ ବିଦ୍ୟୁତ ଉପଭୋକ୍ତା କମିଟି ଗଠନ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ । ଏହି ସବୁ ପ୍ରସ୍ତାବ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହେବା ସହ ସର୍ବ ସମ୍ମତି କ୍ରମେ ପ୍ରସ୍ଥାବ ଗୁଡିକ ପାରିତ କରା ଯାଇଥିଲା । ଏଥିସହ ଆଞ୍ଚଳିକ ବିଦ୍ୟୁତ ଉପଭୋକ୍ତା ସଂଗ୍ରାମ ସମିତିର ଆବାହକ ଭାବେ ଧୁଲୁଣ୍ଡା ଗ୍ରୀଡ଼ ଅଞ୍ଚଳରୁ ଅଶୋକ ସାହୁ ଓ ଜନାର୍ଦନ ପଣ୍ଡା ଏବଂ ଝାରୁପଡ଼ା ଗ୍ରୀଡରୁ ପରିତୋଷ ମିଶ୍ର ଓ ସଚ୍ଚିଦାନନ୍ଦ ବେହେରାଙ୍କୁ ଆବାହକ ଏବଂ ସେବକରାମ ଭୋଇ, ଦୟାକର ପଧାନ, ଗଏନୁ କିସାନ, ଜଗଦୀଶ ପ୍ରସାଦ ମିଶ୍ର,ସୁକୃ ମେହେରଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରା ଯାଇଥିଲା ଏବଂ ପଞ୍ଚାୟତ ସ୍ତରରେ ଗଠନ ହେବାକୁ ଥିବା ଉପଭୋକ୍ତା କମିଟିରେ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ନିଷ୍ପତି ନିଆ ଯାଇଥିଲା । ଗ୍ରାମ ପଞ୍ଚାୟତ ଓ ଗାଁ ସ୍ତରୀୟ ପୂର୍ଣ୍ଣାଙ୍ଗ କମିଟି ସାତଦିନ ମଧ୍ୟରେ ଗଠନ ହେବା ପରେ ପରବର୍ତ୍ତୀ ସାଧାରଣ ବୈଠକ ଆୟୋଜନ କରିବା ପାଇଁ ଉପସ୍ଥିତ ସଦସ୍ୟ ମାନେ ମତ ପ୍ରକାଶ କରିଥିଲେ । ଶେଷରେ ସଚ୍ଚିଦାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରି ସଭାପତି ଙ୍କ ଅନୁମତି କ୍ରମେ ସଭା ସାଙ୍ଗ ଘୋଷଣା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ