କ୍ଷୁଦ୍ର ବ୍ୟବସାୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ତାଲିମ ଶିବିର


ଝାରସୁଗୁଡା ୫/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ବନାଞ୍ଚଳ ଅଧୀନସ୍ଥ ଲଖନପୁର ଠାରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ -୨ ଆନୁକୂଲ୍ୟରେ କ୍ଷୁଦ୍ର ବ୍ୟବସାୟ ପରିଚାଳନା ସମ୍ବନ୍ଧୀୟ ଏକ ଦିବସୀୟ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ତାଲିମ ଶିବିରରେ ଯୁନିଏନ, ବାଣ୍ଡିପାହଡ ଓ ସୋଲଦିଆ ବନ ସୁରକ୍ଷା ସମିତି ଅଞ୍ଚଳର ମୋଟ ୩୦ ଜଣ ପ୍ରଶିକ୍ଷଣାର୍ଥୀ ଅଂଶଗ୍ରହଣ କରି ତାଲିମ ନେଇଥିଲେ । ଝାରସୁଗୁଡ଼ା ବନଖଣ୍ଡରୁ ବିଷୟ ବସ୍ତୁ ବିଶେଷଜ୍ଞ ସୁଶୀଳ କୁମାର ପାତ୍ର ଓ ରାଘବ ରଞ୍ଜନ ଦାସ, ଲଖନପୁର ସରପଞ୍ଚ ଆରତୀ ପଧାନ ଏବଂ ଓ,ଏଲ୍,ଏମ ରୁ ବ୍ଲକ କୋଡିନେଟର ସୌରି ନାରାୟଣ ମେହେର ପ୍ରଶିକ୍ଷକ ଭାବେ ଯୋଗଦାନ କରି ବିଭିନ୍ନ କ୍ଷୁଦ୍ର ଉଦ୍ୟୋଗ ନିମନ୍ତେ ଆବଶ୍ୟକୀୟ ସାମଗ୍ରୀ, ଉପଯୁକ୍ତ ପ୍ରଣାଳୀ ଓ ଦକ୍ଷତା, ସାମଗ୍ରୀ ର ସଞ୍ଚୟ ଓ ସଂରକ୍ଷଣ, ବଜାର ଓ କ୍ରେତା ମାନଙ୍କ ସୁସମ୍ପର୍କ ସ୍ଥାପନ ଆଦି ବିଷୟରେ ତାଲିମ ପ୍ରଦାନ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମକୁ ଆଦର୍ଶ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ବଲପୁର ଓ କ୍ଷେତ୍ର ପରିଚାଳନା ସଂସ୍କାର କର୍ମକର୍ତ୍ତାଙ୍କ ମଧ୍ୟରେ ଟିମ୍ ଲିଡର୍ ଦିଲୀପ କୁମାର ପ୍ରଧାନ, ସଂଯୋଜକ ଟିକେଶ୍ଵରୀ ପଟେଲ, ଡିଓସିଡିଏଲ୍ ଯମୁନା ସିଙ୍କୋ, ଡିଓଏନ୍ଆରଏମ୍ ସୁବ୍ରତ କୁମାର ଛନ୍ଦ ପରିଚାଳନା କରିଥିଲେ ।