Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲିଉଡ ଛାଡିଲେ ନିର୍ଦ୍ଦେଶକ ଅନୁରାଗ କଶ୍ୟପ

ମୁମ୍ବାଇ: ଅନୁରାଗ କଶ୍ୟପ ବଲିଉଡରେ ଭିନ୍ନ ଭିନ୍ନ ଫିଲ୍ମ ତିଆରି କରିଛନ୍ତି। କିନ୍ତୁ କିଛି ସମୟ ଧରି ସେ ବଲିଉଡର ୱାର୍କ କଲଚର କୁ ନେଇ ବହୁତ ଚିନ୍ତିତ ଦେଖାଯାଉଥିଲେ। ତେଣୁ ନିର୍ଦ୍ଦେଶକ ମୁମ୍ବାଇ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏବେ ଦକ୍ଷିଣ ଭାରତରେ ରହୁଥିବା ଜଣାପଡିଛି।

ପୂର୍ବରୁ ଅନୁରାଗ କହିଥିଲେ ଯେ ବଲିଉଡ୍ ଶିଳ୍ପ ବିଷାକ୍ତ ହୋଇଗଲାଣି ସେଥିପାଇଁ ସେ ମୁମ୍ବାଇ ଛାଡିବେ। ସେ ଏପରି ଲୋକଙ୍କଠାରୁ ଦୂରରେ ରହିବାକୁ ଚାହାଁନ୍ତି। ବଲିଉଡରେ ସମସ୍ତେ ୫୦୦ରୁ ୮୦୦ କୋଟି ଟଙ୍କା ରୋଜଗାର କରୁଥିବା ଫିଲ୍ମ ତିଆରି କରିବାର ଲକ୍ଷ୍ୟ ନେଇ କାମ କରୁଛନ୍ତି ଏବଂ ସେହି ଲକ୍ଷ୍ୟର ପିଛା ମଧ୍ଯ କରୁଛନ୍ତି। ଯାହା ସିନେମାରେ ସୃଜନଶୀଳ ପରିବେଶକୁ ନଷ୍ଟ କରିଦେଉଛି।

ତେବେ ଅନୁରାଗଙ୍କ ନିକଟତମ ସୂତ୍ରରୁ ଜଣାପଡିଛି ଯେ ନିର୍ଦ୍ଦେଶକ ଏବେ ବେଙ୍ଗାଲୁରୁ ସ୍ଥାନାନ୍ତରିତ ହୋଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ