ବୀରମହାରାଜପୁର ବିଜେପି ପକ୍ଷରୁ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ବୀରମହାରାଜପୁର ଠାରେ ଆନ୍ତର୍ଜାତୀୟ ମହିଳା ଦିବସ-୨୦୨୫ ଉପଲକ୍ଷେ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଜିଲ୍ଲା ବିଜେପି ସଭାପତି ବେଣୁଧର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ତଥା ମହିଳା ଦିବସ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ସଂଯୋଜିକା ନଳିନୀ ପଣ୍ଡା , ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ଓ ଅନ୍ୟମାନେ ମହିଳା ଦିବସ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଉଦ୍ୟୋଗୀ ମୀରା ବାରିକ, ସରୋଜିନୀ ମହାରଣା , ଏମବିକେ ପଦ୍ମାଳୟା ନନ୍ଦ, କଳ୍ପନା ମହାନ୍ତି , ମମତା ମଲ୍ଲିକ , ସବିତା ଗୁଦୁରିଆ , ଅଙ୍କିତା ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅନିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।