ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତଥା ବ୍ଲକ ଅଞ୍ଚଳର ବିଭିନ୍ନ ସଙ୍ଗଠନ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ବା ବିଶ୍ବ ମହିଳା ଦିବସ ପାଳିତ ହୋଇ ଜାଇ ଅଛି । ଏହି ଉପଲକ୍ଷେ ବିଭିନ୍ନ ସରକାରୀ ଓ ବେ ସରକାରୀ ସଙ୍ଗଠନ ତରଫରୁ ମହିଳା ମାନଙ୍କ , ମହିଳା ଦିବସ ଉପଲକ୍ଷେ ବିଭିନ୍ନ ବାକୃତା ପ୍ରତିଯୋଗିତା,ପ୍ଲାକାର୍ଡ ରାଲି ନାଚ ଗୀତ ଆଦି ଅନୁଷ୍ଠିତ ହୋଇ ଥିଲା । ଅପର ପକ୍ଷରେ ଅସ୍ତରଙ୍ଗ ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗ,ପଞ୍ଚ୍ୟାୟତ ରାଜ ବିଭାଗ ତରଫରୁ ମହିଳା ମାନଙ୍କ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇ ଥିଲା । ଏହି କାର୍ଯ୍ୟକ୍ରମ ରେ ମହିଳା ଦଳ,ଅଙ୍ଗନବାଡ଼ି କର୍ମୀ, କିଶୋରି ବାଳକ ବାଳିକା ଆଦୀ ଭାଗ ନେଇଥିଲେ । ତା ପରେ ମହିଳା ଦିବସ, ଉପରେ ଶିଶୁ ବିକାଶ ଅଧିକାରୀ ଓ ଅନାନ୍ୟ ଅତିଥି ମାନେ ଆଜିର ଦିନରେ ମହିଳା ଦିବସରେ ମହିଳା ମାନଙ୍କ ଭୂମିକା ଓ ତାହାର ନିରାକରଣ ଉପରେ ଆଲୋଚନା କରିଥିଲେ ଓ ଆଜିର ଦିନରେ ନାରୀ କିପରି ଜାୟା,ଜନନୀ,ଭଗନୀ ହୋଇ ସଂସାର କୁ ଆଲୋକ ବର୍ତିକା କରି ପାରିଛି ସେ ବିଷୟ ରେ ସେମାନଙ୍କର ମତ ରଖିଥିଲେ ।
ଅସ୍ତରଙ୍ଗ ରେ ବିଶ୍ବ ମହିଳା ଦିବସ ପାଳିତ ।
