Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇଫା ଆୱାର୍ଡ ୨୦୨୫; ବିକ୍ରାନ୍ତ ମେସି ବେଷ୍ଟ ଆକ୍ଟର, ଚମକିଲା ଶ୍ରେଷ୍ଠ ଫିଲ୍ମ…

ଜୟପୁର: ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ (ଆଇଫା)ର ୨୫ତମ ସଂସ୍କରଣ ମାର୍ଚ୍ଚ ୮ ଓ ୯ରେ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହେଉଛି। ଏଥିରେ ଅଂଶଗ୍ରହଣ କରିବା ପାଇଁ ଅନେକ ବଡ଼ ତାରକା ସହରରେ ପହଞ୍ଚିଥିଲେ। ଯେଉଁଥିରୁ ବିଜେତାଙ୍କ ତାଲିକା ଏବେ ପ୍ରକାଶ ପାଇଛି।

ଶାହାରୁଖ ଖାନ ଆଇଫା ଆୱାର୍ଡ ମଞ୍ଚରେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ହୋଷ୍ଟ କରିଥିଲେ। ଚଳିତ ବର୍ଷ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ ଅମର ସିଂହ ଚମକିଲାକୁ ମିଳିଛି। ସେହିପରି ଶ୍ରେଷ୍ଠ ଚଳଚ୍ଚିତ୍ର ଅଭିନେତ୍ରୀ ପୁରସ୍କାର କ୍ରିତି ସାନନଙ୍କୁ ‘ଦୋ ପତ୍ତି’ ପାଇଁ ଦିଆଯାଇଥିବା ବେଳେ ଶ୍ରେଷ୍ଠ ଚଳଚ୍ଚିତ୍ର ଅଭିନେତା ପୁରସ୍କାର ବିକ୍ରାନ୍ତ ମେସିଙ୍କୁ ‘ସେକ୍ଟର ୩୬’ ପ୍ରଦାନ କରାଯାଇଛି । 

ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ ଚଳଚ୍ଚିତ୍ର – ଇମତିଆଜ ଅଲ୍ଲୀ (ଅମର ସିଂହ ଚମକିଲା), ଶ୍ରେଷ୍ଠ ସହାୟକ (ମହିଳା) – ଅନୁପ୍ରିୟା ଗୋୟନକା (ବର୍ଲିନ), ଶ୍ରେଷ୍ଠ ସହାୟକ (ପୁରୁଷ) – ଦୀପକ ଡୋବ୍ରିୟାଲ (ସେକ୍ଟର- ୩୬), ଶ୍ରେଷ୍ଠ କାହାଣୀ – ଦୋ ପତ୍ତିକୁ ଆୱାର୍ଡ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ