Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଧିକ ଅଣ୍ଡା ଖାଇଲେ ହୋଇପାରେ କ୍ୟାନସର!

ନୂଆଦିଲ୍ଲୀ: ଅଧିକ ଅଣ୍ଡା ହୋଇପାରେ କ୍ୟାନସର କାରଣ। ପ୍ରୋଟିନ ଯୁକ୍ତ ଏହି ଖାଦ୍ୟକୁ ଅନେକ ଯୁବପିଢ଼ି ନିଜ ଡାଏଟ ଲିଷ୍ଟରେ ଅଣ୍ଡାକୁ ବ୍ୟବହାର କରିଥାନ୍ତି । ଏବେ ଏହି ଖବର ସମସ୍ତଙ୍କୁ ଚିନ୍ତାରେ ପକାଇଛି।

ନ୍ୟୁଟ୍ରେସନ୍ ଫ୍ୟାକ୍ଟ ଦ୍ବାରା ପ୍ରସାରିତ ଏକ ରିପୋର୍ଟ ଅନୁଯାୟୀ, ଅଣ୍ଡା ରାସାୟନିକ ପଦାର୍ଥର ଏକ ଉତ୍ସ ହୋଇଥାଏ। ଅତ୍ୟଧିକ ଅଣ୍ଡା ଖାଇବା ଦ୍ୱାରା ବ୍ୟାକ୍ଟେରିଆ ସୃଷ୍ଟି କରିଥାଏ। ବ୍ୟାକ୍ଟେରିଆ ସଂସ୍ପର୍ଶରେ ଆସିବା ଦ୍ୱାରା ଟ୍ରାଇମେଥାଇଲାମାଇନ୍ ରେ ବଦଳାଇ ଦେଇଥାଏ। ଯାହାକି ଟ୍ୟୁମର ଏବଂ ଲିଭର କ୍ୟାନ୍ସରର ଆଶଙ୍କାକୁ ବଢ଼ାଇଥାଏ।

ସପ୍ତାହକୁ ଖାଉଥିବା କେବଳ କିଛି ଅଣ୍ଡା କୋଲୋରେକ୍ଟଲ କ୍ୟାନସରର ଆଶଙ୍କା ୧୯ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରେ। ଯଦି ସପ୍ତାହରେ ୩ଥରରୁ ଅଧିକ ଥର ଅଣ୍ଡା ଖାଉଛନ୍ତି ତେବେ ୭୧ ପ୍ରତିଶତ ବିପଦ ଆଶଙ୍କା ରହିଛି।

ଅପରପକ୍ଷରେ ସିଝା ହୋଇଥିବା ଅଣ୍ଡା, ଫ୍ରାଏ ହୋଇଥିବା ଅଣ୍ଡା ଅପେକ୍ଷା ଅଧିକ ସୁରକ୍ଷିତ ବୋଲି କୁହାଯାଇଛି। ଯାହା ଫଳରେ କମ୍ ପରିମାଣର ଅଣ୍ଡା ଖାଇବାକୁ ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ