Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେଉଛି। ଯେଉଁଥିରେ ଭୋଟର ଫଟୋ ପରିଚୟପତ୍ର ‘EPIC’ ପ୍ରସଙ୍ଗରେ ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ମୁହାଁମୁହିଁ ହେବାର ସମ୍ଭାବନା ରହିଛି।

ଏଥିସହ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ମଣିପୁର ବଜେଟ୍ ଉପସ୍ଥାପନ କରିପାରନ୍ତି। ବିରୋଧୀ ଦଳ ଭୋଟର ତାଲିକାରେ ହେରଫେର ଅଭିଯୋଗ, ମଣିପୁରରେ ସାମ୍ପ୍ରତିକ ହିଂସା ଘଟଣା ଏବଂ ଟ୍ରମ୍ପ ପ୍ରଶାସନ ସହିତ ଭାରତର ଆଭିମୁଖ୍ୟ ଭଳି ପ୍ରସଙ୍ଗ ଉଠାଇବାକୁ ଯୋଜନା କରୁଛନ୍ତି।

ଫାଇନାନ୍ସ ବିଲ୍ ୨୦୨୫ ପାରିତ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ରହିଛି। ଏଥିସହିତ ବଜେଟ୍ ପ୍ରକ୍ରିୟା ସମାପ୍ତ କରିବା, ମଣିପୁର ବଜେଟ୍ ପାଇଁ ଅନୁମୋଦନ ପାଇବା ଏବଂ ୱାକଫ୍ ସଂଶୋଧନ ବିଲ୍ ପାସ୍ କରିବା ଉପରେ ସରକାରଙ୍କ ନଜର ରହିବ। ସେହିପରି ନୂଆ ଆୟକର ବିଲ୍ ମଧ୍ୟ ଏହି ଅଧିବେଶନରେ ପାରିତ ହୋଇପାରେ। ଅପରପକ୍ଷରେ ଆସନ୍ତା ଏପ୍ରିଲ ୪ ପର୍ଯ୍ୟନ୍ତ ଚାଲିବ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ