Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଉପରେ ସାଇବର ଆଟାକ୍

ନୂଆଦିଲ୍ଲୀ: ଗତ ସୋମବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ର ୟୁଜର୍ସ ଏହାକୁ ବ୍ୟବହାର କରିପାରିନଥିଲେ। ଏହା ପଛର କାରଣ ଏବେ ସାମ୍ନାକୁ ଆସିଛି। ରିପୋର୍ଟ ହୋଇଛି ଯେ ଏକ୍ସ ଉପରେ ଏକ ବଡ଼ଧରଣର ସାଇବର ଆଟାକ ହୋଇଥିଲା, ଯାହା ଫଳରେ ସମସ୍ତ ସେବା ଡାଉନ ହୋଇଯାଇଥିଲା।

ଏହି ସୂଚନା ‘ଏକ୍ସ’ ମାଲିକ ଏଲୋନ ମସ୍କ ‘ଏକ୍ସ’ ରେ ପୋଷ୍ଟ କରିଛନ୍ତି। ସେ କହିଥିଲେ ଯେ ଏହା ପଛରେ କୌଣସି ଗୋଷ୍ଠୀ କିମ୍ବା ଏକ ଦେଶ ମଧ୍ୟ ସମ୍ପୃକ୍ତ ଥାଇପାରେ। ଏହା ପଛରେ ଥିବା ଲୋକଙ୍କୁ ଖୋଜାଯାଉଛି। ଆମ ଉପରେ ପ୍ରତିଦିନ ଆକ୍ରମଣ ହେଉଛି। ଏକ ବଡ଼, ସମନ୍ୱିତ ଗୋଷ୍ଠୀ ଏବଂ/ଅଥବା ଏକ ଦେଶ ଏଥିରେ ସାମିଲ ଥାଇପାରେ। ଏହାର ତଦନ୍ତ କରାଯାଉଛି।

ସାରା ଦେଶରେ ଏକ୍ସ ଡାଉନ୍ ହେବାଯୋଗୁ ସମସ୍ୟା ଦେଖାଯାଇଥିଲା। ଗତକାଲି ଦିନସାରା ୩ଥର ସମସ୍ୟା ଦେଖାଯାଇଥିଲା। ପ୍ରତ୍ୟେକ ଥର ପ୍ରାୟ ଗୋଟିଏ ଘଣ୍ଟା ଧରି ଏହା ଡାଉନ ଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ