Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଟରସାଇକେଲ ରେ ଭାରତ ଭ୍ରମଣ ରେ ବାହାରିଥିବା ଯୁବକଙ୍କୁ ଗୋବରରେ ସ୍ୱାଗତ

ବେଲଗୁଣ୍ଠା,07/05, ବିଶାଳ ଭାରତ ବର୍ଷ ବିଷୟରେ ଜାଣିବା ପାଇଁ ସମସ୍ତ ଭାରତୀୟଙ୍କର ଅଭିଳାଷ ରହିବା ସ୍ଵାଭାବିକ I କିନ୍ତୁ ଅଭିଳାଷକୁ ପୂରଣ କରିବା ପାଇଁ କିଛି ଲୋକ ସାଇକେଲ୍ କିମ୍ବା ମୋଟରସାଇକେଲ୍ ଯୋଗେ ସମଗ୍ର ଭାରତବର୍ଷକୁ ଭ୍ରମଣ କରିବାର ଦୁଃସାହସିକ ପଦକ୍ଷେପ ମଧ୍ୟ ଗ୍ରହଣ କରିଥାନ୍ତି I ଏହିଭଳି ଜଣେ ଦୁଃସାହସୀ ଯୁବକ ହେଉଛନ୍ତି ଆଣ୍ଡାମନ ଏବଂ ନିକୋବର ଦ୍ୱୀପପୁଞ୍ଜର ଯୁବକ ଶେଖର ରାଓ I ସେ ପ୍ରାୟ ଚାଳିଶି ଦିନ ପୂର୍ବରୁ ନିଜର ନିତ୍ୟ ବ୍ୟବହାର୍ଯ୍ୟ କିଛି ସାମଗ୍ରୀ ଏବଂ ତ୍ରିରଙ୍ଗା ପତାକା ଧରି AN01M7837 ନମ୍ବର୍ ବିଶିଷ୍ଟ ଏକ ମୋଟରସାଇକେଲ୍ ଯୋଗେ ସମଗ୍ର ଭାରତବର୍ଷ ଭ୍ରମଣରେ ବାହାରିଥିଲେ I ସେ ଭାରତ ବର୍ଷର ବିଭିନ୍ନ ସ୍ଥାନ ଭ୍ରମଣ କରି ଆଜି ଗୋବରାଠାରେ ପହଞ୍ଚିବା ପରେ ଗୋବରା ଅଞ୍ଚଳର କିଛି ବୁଦ୍ଧିଜୀବି, ଶିକ୍ଷାବିତ୍, ସମାଜସେବୀ ଏବଂ ଗଣମାଧ୍ୟମ ପ୍ରତିନିଧି ଶେଖରଙ୍କୁ ସ୍ୱାଗତ କରିଥିଲେ I ଶେଖର ଗୋବରାଠାରେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହଯୋଗରେ ଗାନ୍ଧୀ ସ୍ମୃତି ପୀଠରେ ଗାନ୍ଧୀଙ୍କର ପ୍ରତିମୂର୍ତ୍ତୀକୁ ନିଜ ହାତରେ ପରିଷ୍କାର କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ I ଶିକ୍ଷାବିତ୍ କୁଞ୍ଜବିହାରୀ ନାୟକ,ଯୁବ ବିଜେଡ଼ି ନେତା ପଞ୍ଚାନନ ନାୟକ,ଓ ସରୋଜ ସ୍ଵାଇଁ, ଲୋକନାଥ ପାଣିଗ୍ରାହୀ, ବିଜୟ କୁମାର ସାହୁ, ରମେଶ ବିଶ୍ୱାଳ, ବେଲଗୁଣ୍ଠା ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଗଣମାଧ୍ୟମ ପ୍ରତିନିଧି ପଞ୍ଚାନନ ସାହୁ ପ୍ରମୁ୍ଖ ଭାରତ ଭ୍ରମଣକାରୀ ଶେଖରଙ୍କୁ ସ୍ୱାଗତ କରିବ ସହ ଅତିଥି ଅଭ୍ୟର୍ଥନା ପ୍ରଦାନ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ