Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ରେ ହୋଟେଲ ରହୁଥିବା ମାରଣାସ୍ତ୍ର ଚୋରା ଚାଲାଣ ରେ ସମ୍ପୃକ୍ତ ୪ ବଙ୍ଗୀୟ ଯୁବକକୁ କୋଲକତା ପୁଲିସ ପକ୍ଷରୁ ଗିରଫ।

ଗୋପାଳପୁର : କଲୋକତା ପୁଲିସ ପକ୍ଷରୁ ଆଜି ଗୋପାଳପୁର ର ଏକ ତାରକା ହୋଟେଲରେ ପର୍ଯ୍ୟଟକ ଭାବେ ରହୁଥିବା ମାରଣାସ୍ତ୍ର ଚୋରା ଚାଲାଣ ରେ ସମ୍ପୃକ୍ତ ଥିବା ୩ ବଙ୍ଗୀୟ ଯୁବକ ସମେତ ଜଣେ ଡ୍ରାଇଭର କୁ ଗିରଫ କରି କୋଲକାତା ନେଇଥିବା ଜଣାପଡିଛି।ଗିରଫ ଯୁବକ ମାନେ ହେଲେ କୋଲକାତା ର ସୁବିର ବୋଷ, ଡ୍ରାଇଭର ଅନୁଜ ମଣ୍ଡଳ,ରାଜୁ ଧମକର ଓ ଶୁକଦେବ ଦାସ ବୋଲି ପୁଲିସ ସୂଚନା ଦେଇଛି।ଏହି ଅଭିଯୁକ୍ତ ମାନଙ୍କ ନାମରେ କଲୋକତା ସ୍ଥିତ ଗିରିଶ ପାର୍କ ପୁଲିସ ଥାନାରେ ମାରଣାସ୍ତ୍ର ଚାଲାଣା ନେଇ ମାମଲା ରୁଜୁ ହୋଇଥିଲା। ଥାନାରେ ମାମଲା ପରଠାରୁ ଅଭିଯୁକ୍ତ ମାନେ ଫେରାର ରହିଥିବା ବେଳେ ସେମାନଙ୍କ ମୋବାଇଲ ଫୋନ ଟ୍ରାକ କରି ଗୋପାଳପୁର ରେ ରହୁଥିବା ଜାଣି ଏକ ୫ ଜଣିଆ କଲୋକତା ପୁଲିସ ଟିମ୍ ଆଜି ସକାଳେ ୫ ଟା ବେଳେ ଗୋପାଳପୁର ରେ ପହଞ୍ଚି ଗୋପାଳପୁର ପୁଲିସ ସହାୟତା ରେ ବେଳାଭୂମି ସନ୍ନିକଟ ରେ ଥିବା ହୋଟେଲ ସ୍ବସ୍ତି ପାମ ରିସୋର୍ଟ ରେ ଚଢାଉ କରି ଦୁଇଟି ରୁମରେ ରହୁଥିବା ୩ ଅଭିଯୁକ୍ତ ସମେତ ଡ୍ରାଇଭର ଏବଂ ସେମାନେ ବ୍ୟବହାର କରୁଥିବା ଏକ କାର‌କୁ ଜବତ କରିଥିଲେ। ସନ୍ଧ୍ୟାରେ ଗୋପାଳପୁର ପୁଲିସ ପକ୍ଷରୁ ବ୍ରହ୍ମପୁର କୋର୍ଟରେ ଅଭିଯୁକ୍ତ ମାନଙ୍କୁ ହାଜର କରାଇବା ପରେ କୋଲକତା ପୁଲିସ ର ଜିମା ଦେଇଥିବା ଗୋପାଳପୁର ଥାନା ଏସ ଆଇ ସୋଫିଆ ମିଶ୍ର ସୂଚନା ଦେଇଛନ୍ତି।