Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଲିଆ ସାହିରୁ ବିପୁଳ ପରିମାଣର ଦେଶୀ ମଦ ଏବଂ ପୋଚ ଜବତ

ଭୁବନେଶ୍ୱର: ଭୁବନେଶ୍ୱରର ସାଲିଆ ସାହିରେ ପୁଣି ରେଡ୍। ଆଜି ସକାଳୁ ବେଆଇନ୍ ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗ ଚଢାଉ କରିଛି।

ଏକ ସୂଚନା ପାଇ ଟିମ୍ ଭୋରରୁ ଉକ୍ତ ଅଞ୍ଚଳରେ ତଲାସୀ ଅଭିଯାନ ଚଳାଇଥିଲା। ୨୫ ଜଣିଆ ଅବକାରୀ ବିଭାଗର ଅଧିକାରୀଙ୍କୁ ନେଇ ଏକ ଦଳ ଚଢାଉ କରିଛି। ଏହି ଚଢାଉ ବେଳେ ବିପୁଳ ପରିମାଣର ଦେଶୀ ମଦ ଏବଂ ପୋଚ ଜବତ ହୋଇଛି। ଯାହାକୁ ପରବର୍ତ୍ତୀ ସମୟରେ ନଷ୍ଟ କରାଯାଇଛି।

ଅବକାରୀ ଅଧୀକ୍ଷକଙ୍କ କହିବାନୁଯାୟୀ, ହୋଲିକୁ ଦୃଷ୍ଟିରେ ରଖି, ଆମେ ଆମର କାର୍ଯ୍ୟାନୁଷ୍ଠାନକୁ ତୀବ୍ର କରିଛୁ। ପ୍ରାୟ ୧୦୦୦ ଲିଟର ମଦ ଜବତ କରିଛୁ। ଆମେ ଏପର୍ଯ୍ୟନ୍ତ ନଅ ଜଣଙ୍କୁ ଗିରଫ କରିଛୁ।ଗତ ୩ ମାସ ତଳେ ଅବକାରୀ ବିଭାଗ ଏବଂ କମିଶନରେଟ୍ ପୁଲିସ୍ ପକ୍ଷରୁ ସାଲିଆ ସାହିରେ ରେଡ୍ କରାଯାଇଥିଲା। ପ୍ରାୟ ଛଅଟି ବେଆଇନ ମଦ ୟୁନିଟ୍ ବନ୍ଦ କରାଯାଇଥିଲା। 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ