Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସବୁଠୁ ଅଧିକ ଟାକ୍ସ ଭରୁଥିବା ସେଲିବ୍ରିଟି ବନିଲେ ଅମିତାଭ ବଚ୍ଚନ

ମୁମ୍ବାଇ: ଅମିତାଭ ବଚ୍ଚନ ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ସର୍ବାଧିକ ଟିକସଦାତା ସେଲିବ୍ରିଟି ହେବାସହ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଏଥିସହିତ ସେ ଶାହାରୁଖ ଖାନଙ୍କୁ ପଛରେ ପକାଇ ଦେଇଛନ୍ତି। ଚଳିତ ବର୍ଷ ତାଙ୍କର ମୋଟ ରୋଜଗାର ୩୫୦ କୋଟି ଟଙ୍କା ରହିଥିଲା ବେଳେ ଏହା ଉପରେ ତାଙ୍କୁ ୧୨୦ କୋଟି ଟଙ୍କା ଟିକସ ଦେବାକୁ ପଡିଥିଲା।

ତେବେ ବିଗ୍ ବିଙ୍କ ରୋଜଗାର ଫିଲ୍ମ, ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଏବଂ ‘କୌନ ବନେଗା କରୋଡପତି’ (କେବିସି) ଭଳି ଶୋ’ରୁ ଆସିଥାଏ।ରିପୋର୍ଟ ଅନୁଯାୟୀ, ଗତ ବର୍ଷ ସେ ୭୧ କୋଟି ଟଙ୍କା ଟିକସ ଦେଇଥିଲେ, ଯାହା ଚଳିତ ବର୍ଷ ୬୯% ବୃଦ୍ଧି ପାଇ ୧୨୦ କୋଟି ଟଙ୍କା ହୋଇଛି। ଏହି ସମସ୍ତ ଉତ୍ସରୁ ସେ ୩୫୦ କୋଟି ଟଙ୍କା ଆୟ କରିଛନ୍ତି। ଯାହାଦ୍ବାରା ସେ ସବୁଠୁ ଅଧିକ ଟାକ୍ସ ଭରୁଥିବା ସେଲିବ୍ରିଟି ବନିପାରିଛନ୍ତି।

ଗତ ବର୍ଷ ଶାହରୁଖ ଖାନ ୯୨ କୋଟି ଟଙ୍କା ଟିକସ ଦେଇ ସର୍ବାଧିକ ଟିକସଦାତା ସେଲିବ୍ରିଟିର ଆଖ୍ୟା ଜିତିଥିଲେ। ଏହି ତାଲିକାରେ ଥିବା ଅନ୍ୟ ନାମଗୁଡ଼ିକ ମଧ୍ୟରେ ଥଲାପତି ବିଜୟ (୮୦ କୋଟି ଟଙ୍କା) ଏବଂ ସଲମାନ ଖାନ (୭୫ କୋଟି ଟଙ୍କା) ଅନ୍ତର୍ଭୁକ୍ତ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ