Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଦରେ ସିନେମା ହଲକୁ ଆସିବ ‘ସିକନ୍ଦର’

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ଇଦରେ ତାଙ୍କ ଫିଲ୍ମ ରିଲିଜ୍ କରିବା ପାଇଁ ଜଣାଶୁଣା। ସଲମାନ ଇନଷ୍ଟାରେ ଫିଲ୍ମର ପୋଷ୍ଟର ସେୟାର କରି ନିଜର ଅପକମିଂ ଫିଲ୍ମ ନେଇ ଘୋଷଣା କରିଛନ୍ତି। ୨୦୨୫ ମାର୍ଚ୍ଚ ୩୦ରେ ଇଦ୍ ଅବସରରେ ସିକନ୍ଦର ଫିଲ୍ମ ସିନେମା ହଲକୁ ଆସିବ ବୋଲି ସୂଚନା ମଧ୍ଯ ଦେଇଛନ୍ତି।ଫିଲ୍ମର ମୁକ୍ତିଲାଭ ତାରିଖ ଘୋଷଣା ହେବା ପରେ, ଲୋକମାନେ ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି ଏବଂ ପ୍ରଶଂସକଙ୍କ ପ୍ରତିକ୍ରିୟା ମଧ୍ୟ ଆସିବା ଆରମ୍ଭ ହୋଇଛି।

ଆଉ ମାତ୍ର ୧୦ ଦିନ ଅପେକ୍ଷା କରିବା ପରେ ଏହି ଫିଲ୍ମଟି ଥିଏଟରରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମର ପ୍ରଯୋଜକ ସାଜିଦ ନାଡିଆଡୱାଲା ସୂଚନା ଦେଇ କହିଛନ୍ତି- ଏଥର ଦେଶର ୩ଟି ପର୍ବ ସିକନ୍ଦର ସହିତ ପାଳନ କରାଯିବ। ଏଥର ଉତ୍ସବ ତିନିଗୁଣ ହେବ। ଆମେ ଗୁଡ଼ି ପାଡ଼ୱା, ଉଗାଦି ଏବଂ ଇଦ୍ ଅବସରରେ ଆସୁଛୁ।

ସାଜିଦ୍ ନାଡିଆଡୱାଲା ‘ସିକନ୍ଦର’ର ପ୍ରଯୋଜନା ଦାୟିତ୍ୱ ତୁଲାଉଥିବା ବେଳେ ନିର୍ଦ୍ଦେଶନା ଦେଉଛନ୍ତି ଏ. ଆର ମୁଗୁଗଦାସ। ଏହି ଫିଲ୍ମରେ ସଲମାନଙ୍କ ବ୍ୟତୀତ କାଜଲ ଅଗ୍ରୱାଲ, ରଶ୍ମିକା ମନ୍ଦାନା, ସତ୍ୟରାଜ, ଶର୍ମନ ଜୋଶୀ ଏବଂ ପ୍ରତୀକ ବବର ମଧ୍ୟ ନଜର ଆସିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ