Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିମା ଡିଗ୍ରୀ କଲେଜରେ ଆତ୍ମରକ୍ଷା ତାଲିମ ଶିବିର ଆଜି ଠାରୁ ଆରମ୍ଭ

ଝାରସୁଗୁଡା ୨୦/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ସ୍ଥିତ ବିଜାପାଲି ମହିମା ଡିଗ୍ରୀ କଲେଜରେ ଆଜି ଠାରୁ ପ୍ରଥମ ବର୍ଷର ଛାତ୍ରୀ ମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ଆଜି ଠାରୁ ଆରମ୍ଭ ହୋଇ ଯାଇଛି । ଆଜିର ଉଦଘାଟନୀ ଉତ୍ସବରେ କଲେଜର ଅଧ୍ୟକ୍ଷ ରମଣୀ ରଞ୍ଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୁର୍ବକ ଆତ୍ମା ସୁରକ୍ଷା ତାଲିମ ଶିବିର ର ଆବଶ୍ୟକତା ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ରାଜନୀତି ବିଜ୍ଞାନ ଅଧ୍ୟାପିକା ସୁଶ୍ରୀ ଅଲିଭା ଭୋଇ ସଞ୍ଚାଳନ କରିଥିବା ବେଳେ ଶିକ୍ଷା ଅଧ୍ୟାପକ ସୁବ୍ରତ ବଢ଼ାଇ ଧନ୍ୟବାଦ ଅର୍ପଣ କରିଥିଲେ । ମହିମା ଡିଗ୍ରୀ କଲେଜର କ୍ରୀଡ଼ା ଅଧ୍ୟାପକ ନାରାୟଣ ସା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଉକ୍ତ ତାଲିମ ଶିବିରରେ ପ୍ରଥମ ବର୍ଷର ସମସ୍ତ ଛାତ୍ରୀ ପ୍ରଶିକ୍ଷଣ ନେଉଥିବା ବେଳେ ପ୍ରଶିକ୍ଷକ ମାଷ୍ଟର ଟ୍ରେନର ସବିତା ସିଂ ସେମାନଙ୍କୁ ଆତ୍ମରକ୍ଷା ସମ୍ବନ୍ଧୀୟ ବିଭିନ୍ନ ତାଲିମ ପ୍ରଦାନ କରୁଛନ୍ତି । ମହିମା କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ପରିଚାଳନାରେ ସହଯୋଗ କରୁଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ