Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅପ୍ରେଲ୍‌ ୧ରୁ ଭୁବନେଶ୍ବରରୁ ଗୋଆକୁ ସିଧାସଳଖ ବିମାନ ଉଡାଣ

ଭୁବନେଶ୍ୱର: ଆସନ୍ତା ଅପ୍ରେଲ୍‌ ୧ ତାରିଖ ଠାରୁ ଉତ୍କଳ ଦିବସ ଅବସରରେ ଓଡ଼ିଶାରୁ ଗୋଆକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବାକୁ ଯାଉଛି। ବିମାନ ସେବା କ୍ଷେତ୍ରରେ ଓଡ଼ିଶା ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି।

ରାଜ୍ୟ ସରକାରଙ୍କ ନ୍ୟୁ ଡେଷ୍ଟିନେଶନ ପଲିସି ଅନୁଯାୟୀ ଘରୋଇ ବିମାନ କମ୍ପାନୀ ‘ଇଣ୍ଡିଗୋ’ ପକ୍ଷରୁ ଭୁବନେଶ୍ବରରୁ ଗୋଆକୁ ପ୍ରତି ମଙ୍ଗଳବାର, ବୁଧବାର, ଗୁରୁବାର ଓ ଶନିବାର ବିମାନ ଚଳାଚଳ କରିବ। କେନ୍ଦ୍ର ସରକାରଙ୍କ ସହାୟତାରେ ରାଜ୍ୟ ସରକାର ବିକଶିତ ଓଡ଼ିଶା ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବିମାନ ଚଳାଇବା ପାଇଁ ପଦକ୍ଷେପ ନେଇଛନ୍ତି।

ଏହି ନୂଆ ବିମାନ ସେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି ଯେ, ଗୋଆକୁ ବିମାନ ସେବା ଆରମ୍ଭ ହେବା ଦ୍ୱାରା ଉଭୟ ଓଡ଼ିଶା ଏବଂ ଗୋଆର ପର୍ଯ୍ୟଟନ ଓ ବ୍ୟବସାୟ କ୍ଷେତ୍ରରେ ବିକାଶ ଘଟିବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ