Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଟିଂ ଆପ୍ସର ପ୍ରଚାର ଅଭିଯୋଗରେ ୨୫ ସେଲିବ୍ରିଟିଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ: ଅନେକ ଲୋକପ୍ରିୟ ସେଲିବ୍ରିଟି ବେଟିଂ ଆପ୍ସର ପ୍ରଚାର କରିଥାନ୍ତି। କିନ୍ତୁ କିଛି ଅବୈଧ ବେଟିଂ ଆପ୍ସର ପ୍ରଚାର କରି ଫସିଛନ୍ତି ବଡବଡ ସେଲିବ୍ରିଟିମାନେ। ବେଟିଂ ଆପ୍ସକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ଲୋକପ୍ରିୟ ଟଲିଉଡ୍ ତାରକାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ତାଲିକାରେ ପ୍ରସିଦ୍ଧ ଅଭିନେତା ରାଣା ଦଗ୍ଗୁବତୀ, ପ୍ରକାଶ ରାଜ, ବିଜୟ ଦେବରକୋଣ୍ଡା ଏବଂ ମାଞ୍ଚୁ ଲକ୍ଷ୍ମୀଙ୍କ ସହିତ ୨୫ଜଣ ସେଲିବ୍ରିଟିଙ୍କ ନାମ ଅନ୍ତର୍ଭୁକ୍ତ।

ଆପଣଙ୍କୁ କହି ରଖୁଛୁ ଯେ ବେଆଇନ ଆପ୍ ପ୍ରମୋଟ କରିବା ଅଭିଯୋଗରେ ଅନେକ ସେଲିବ୍ରିଟିଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି। ବ୍ୟବସାୟୀ ଫଣିନ୍ଦ୍ର ଶର୍ମାଙ୍କ ଅଭିଯୋଗ ପରେ ଏହି ମାମଲା ରୁଜୁ ହୋଇଥିଲା।ସୂଚନା ଅନୁଯାୟୀ, ବେଟିଂ ଆପ୍ସକୁ ପ୍ରୋତ୍ସାହିତ କରିବା ପାଇଁ ସାଇବରାବାଦ ପୋଲିସ ଷ୍ଟେସନରେ ୬ ଜଣ ଟଲିଉଡ୍ ଅଭିନେତା ଏବଂ ୧୯ ଜଣ ଇନଫ୍ଳୁଏନସରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ତେବେ ଏଫଆଇଆରରେ କୁହାଯାଇଛି ଯେ ସୋସିଆଲ ମିଡିଆରେ ସେଲିବ୍ରିଟି ଏବଂ ଇନଫ୍ଳୁଏନସରମାନେ ବିଜ୍ଞାପନ ମାଧ୍ୟମରେ ବେଆଇନ ବେଟିଂ ଆପ୍ ଏବଂ ୱେବସାଇଟ୍‌କୁ ପ୍ରୋତ୍ସାହିତ କରୁଥିଲେ, ଯାହା ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର କାରବାର ହେଉଥିଲା। ଯାହା ଫଳରେ ସାଧାରଣ ଜନତା ଏଥିରେ ଫସି ଆର୍ଥିକ ସଙ୍କଟ ଦେଇ ଗତି କରିବାକୁ ବାଧ୍ଯ ହେଉଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ