Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆର୍ଥ ଆୱାରରେ ଅନ୍ଧକାରମୟ ହେଲା ପୃଥିବୀ…

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ସହିତ ଦିନରୁ ଦିନ ଗ୍ରୀଷ୍ମ ପ୍ରବାହ ମଧ୍ୟ ବୃଦ୍ଧି ପାଉଛି। ଯାହାକୁ ଏଡାଇବା ପାଇଁ ସମସ୍ତେ ବ୍ୟସ୍ତ। ଗତକାଲି ସମଗ୍ର ପୃଥିବୀ ପାଇଁ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ ଥିଲା। କାରଣ ପୃଥିବୀରେ ଆର୍ଥ ଆୱାର ପାଳନ କରାଯାଇଛି। ଏଥର ଏହାର ବିଷୟବସ୍ତୁ ରହିଥିଲା “ଦ ପାୱାର ଅଫ୍ ନେଚର”, ଯାହା ଆମକୁ ପ୍ରକୃତିର ଶକ୍ତି ଏବଂ ଏହାର ସଂରକ୍ଷଣର ଗୁରୁତ୍ୱକୁ ମନେ ପକାଇଥାଏ।

ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାରରେ ଏହି ସ୍ୱତନ୍ତ୍ର ଦିନ ପାଳନ କରାଯାଏ।ଗତକାଲି ରାତିରେ ଆର୍ଥ ଆୱାର ୨୦୨୫ ଲାଗି ରାତି ୮.୩୦ରୁ ୯.୩୦ ପର୍ଯ୍ୟନ୍ତ ଲାଇଟ୍ ଗୁଡିକୁ ବନ୍ଦ ରଖାଯାଇଥିଲା। ଏହି ସ୍ୱତନ୍ତ୍ର ଦିନକୁ ସଫଳ କରିବା ପାଇଁ, ବିଶ୍ୱର ଲୋକମାନେ, ଅନୁଷ୍ଠାନ ଏବଂ ପ୍ରମୁଖ ସ୍ମାରକୀଗୁଡ଼ିକ ଗୋଟିଏ ଘଣ୍ଟା ପାଇଁ ଅଣ-ଅତ୍ୟାବଶ୍ୟକୀୟ ଲାଇଟ୍ ଏବଂ ବୈଦ୍ୟୁତିକ ଉପକରଣଗୁଡ଼ିକୁ ବନ୍ଦ କରିଥାଆନ୍ତି। ଏହା ପରିବେଶ ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ମୁକାବିଲା ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆୟୋଜିତ ହୋଇଥାଏ।

କୁହାଯାଉଛି ଯେ ସମଗ୍ର ବିଶ୍ୱ ଗୋଟିଏ ଘଣ୍ଟା ପାଇଁ ଅନ୍ଧାରରେ ରହିଥିଲା। ଭାରତରେ ମଧ୍ୟ ଏହା ପାଳନ ହୋଇଥିଲା। ଯେଉଁଥିପାଇଁ ଗେଟୱେ ଅଫ୍ ଇଣ୍ଡିଆ, ଇଣ୍ଡିଆ ଗେଟ୍, ହାୱଡ଼ା ବ୍ରିଜ୍ ଏବଂ ଅନ୍ୟାନ୍ୟ ଐତିହାସିକ କୋଠାର ଲାଇଟ୍ ବନ୍ଦ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ