Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକନାଥ ସିନ୍ଦେଙ୍କୁ ନେଇ କମେଡି; କର୍ମୀ ଭାଙ୍ଗିଲେ କମେଡିଆନ କୁନାଲ କାମରାଙ୍କ ଷ୍ଟୁଡିଓ

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଷ୍ଟାଣ୍ଡ-ଅପ୍ କମେଡିଆନ କୁନାଲ କାମରାଙ୍କ ବିରୋଧରେ ସୋମବାର ସକାଳେ ଏକ ଏଫଆଇଆର ରୁଜୁ ହୋଇଛି। ମୁମ୍ବାଇ ପୋଲିସ କାମରାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା 353(1)(b) ଏବଂ 356(2) ଅନୁଯାୟୀ ଏକ ମାମଲା ରୁଜୁ କରିଛି।

ସୂଚନା ଅନୁଯାୟୀ, ମହାରାଷ୍ଟ୍ର ରାଜନୀତି ଉପରେ କାମରାଙ୍କ ଏକ କମେଡି ଭିଡିଓ ବିବାଦରେ ପଡ଼ିଛି। ଉକ୍ତ ଭିଡିଓରେ କୁନାଲ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନାମ ନ ନେଇ ତାଙ୍କର ମଜା ଉଡାଇଥିଲେ।ତେବେ ରବିବାର ଭିଡିଓଟି ସାମ୍ନାକୁ ଆସିବା ପରେ ସିନ୍ଦେ ଗୋଷ୍ଠୀର ଶିବସେନା କର୍ମୀମାନେ ଉତକ୍ଷିପ୍ତ ହୋଇଯାଇଥିଲେ। ଏପରିକି ବିଳମ୍ବିତ ରାତିରେ ବହୁ ସଂଖ୍ୟକ ସମର୍ଥକ ମୁମ୍ବାଇର ଖାରସ୍ଥିତ ୟୁନିକଣ୍ଟିନେଣ୍ଟାଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେହି ଭିଡିଓଟି ସେଠାରେ ସୁଟିଂ କରାଯାଇଥିବା ନେଇ ଦାବି କରାଯାଉଛି।

ଶିବସେନା ସମର୍ଥକମାନେ ଷ୍ଟୁଡିଓରେ ଭଙ୍ଗାରୁଜା କରିଥିଲେ। ଏହା ପରେ ସେ ଅଭିଯୋଗ ଦାଖଲ କରିବାକୁ ଖାର ପୋଲିସ ଷ୍ଟେସନରେ ପହଞ୍ଚି କୁନାଲ କାମରାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଥିଲେ।ସେହିପରି କାମରାଙ୍କ ଶୋ’ର ଷ୍ଟୁଡିଓ ଏବଂ ହୋଟେଲରେ ଭଙ୍ଗାରୁଜା କରିବା ପାଇଁ ୪୦ ଜଣ ଶିବସେନା କର୍ମୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ