କେଏଲ ରାହୁଲ ଓ ପତ୍ନୀ ଆଥିୟା ସେଟ୍ଟିଙ୍କ ଘରକୁ ଆସିଲା କୁନି ଅତିଥି, ସୋସିଆଲ ମିଡିଆରେ ଦେଲେ ସୂଚନା


ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଟିମ୍ ଇଣ୍ଡିଆର ୱିକେଟକିପର-ବ୍ୟାଟ୍ସମ୍ୟାନ୍ କେଏଲ ରାହୁଲଙ୍କ ଘରକୁ ଖୁସି ଖବର ଆସିଛି। କେଏଲ ରାହୁଲଙ୍କ ପତ୍ନୀ ଆଥିୟା ସେଟ୍ଟି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ରାହୁଲ ଏବଂ ଆଥିୟା ପ୍ରଥମ ଥର ପାଇଁ ପିତାମାତା ହୋଇଛନ୍ତି। ଏନେଇ ରାହୁଲଙ୍କ ପତ୍ନୀ ଆଥିୟା ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି।

ସେହିପରି ବଲିଉଡ୍ ଅଭିନେତ୍ରୀ ଆଥିୟା ସେଟ୍ଟୀଙ୍କ ବ୍ୟତୀତ କେଏଲ ରାହୁଲ ମଧ୍ୟ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରି ପିତା ହେବା ବିଷୟରେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି। ଦୁହେଁ ସେମାନଙ୍କର ଇନଷ୍ଟାଗ୍ରାମ ଏବଂ ଏକ୍ସ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଏହି ଚିତ୍ରରେ ‘ଶିଶୁ କନ୍ୟା ସହିତ ଆଶୀର୍ବାଦ’ ଲେଖାଯାଇଛି।

ତେବେ କେଏଲ ରାହୁଲ ତାଙ୍କର ପ୍ରଥମ ସନ୍ତାନର ଆଗମନକୁ ନଜରରେ ରଖି ଆଇପିଏଲ ୨୦୨୫ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ପ୍ରଥମ ମ୍ୟାଚ୍ ଖେଳିନାହାଁନ୍ତି। ଆଇପିଏଲର ୧୮ତମ ସିଜିନରେ, ଦିଲ୍ଲୀ କ୍ୟାପିଟାଲ୍ସ ସୋମବାର ଦିନ ବିଶାଖାପାଟଣାରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିଥିଲା।