ସମ୍ବଲପୁର :ସମ୍ବଲପୁର ସହରର ଧନୁପାଲି ସ୍ଥିତ ଶ୍ରୀ ଗଣେଶ ଉଚ୍ଚ ବିଦ୍ୟାଳୟ ରେ ଆଜି ଏକ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ଆୟୋଜିତ ହୋଇଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ମିଶ୍ର ଙ୍କର ସଭାପତିତ୍ୱ ରେ ଆୟୋଜିତ ଏହି କର୍ମଶାଳା ରେ ବିଶିଷ୍ଟ ସମାଜସେବୀ ତଥା ଜିଲ୍ଲା ଶିଶୁ କଲ୍ୟାଣ ସମିତି ର ପୂର୍ବତନ ସଦସ୍ୟ ସୂର୍ଯ୍ୟ ପାଣିଗ୍ରାହୀ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବା ବେଳେ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚନା ପାଣି ଓ ଅବିଭାବକ ସବିତା ବୁଡ଼ା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l
ବିଦ୍ୟାଳୟ ର ଶିକ୍ଷୟତ୍ରୀ ସୁଶ୍ରୀ ସଂଗୀତା ବେହେରା ଙ୍କର ସଂଯୋଜନା ରେ ଆୟୋଜିତ ଏହି କର୍ମଶାଳା ରେ ମୁଖ୍ୟଅତିଥି ଶ୍ରୀ ପାଣିଗ୍ରାହୀ ଶିଶୁ ମାନଙ୍କର ଯତ୍ନ ଓ ସୁରକ୍ଷା ତଥା ତତ ସମ୍ପର୍କିତ ଆଇନ ବିଷୟରେ ଆଲୋଚନା କରିଥିଲେ l “ବେଟି ବଚାଓ ବେଟି ପଢ଼ାଓ ” ସମ୍ପର୍କିତ ସରକାରୀ ଯୋଜନା ସମ୍ପର୍କିତ ଆଲୋଚନା ପୂର୍ବକ କନ୍ୟା ସନ୍ତାନ ମାନଙ୍କର ସୁରକ୍ଷା ପ୍ରତି ଉଚିତ ଧ୍ୟାନ ଦେବା ସହ ସେମାନଙ୍କୁ ଶିକ୍ଷିତ କରିବାର ଆବଶ୍ୟକ ରହିଛି ବୋଲି କହିଥିଲେ l ଏହି ଶିଶୁ ଅବସ୍ଥା ହିଁ ଜୀବନରେ ଶୃଙ୍ଖଳା ଶିକ୍ଷା ଶିଖିବା ଉଚିତ, କାରଣ ଶୃଙ୍ଖଳା ହିଁ ସୁସ୍ଥ ସାମାଜିକ ଜୀବନ ପାଇଁ ଏକ ମୁଖ୍ୟ ଅଳଙ୍କାର ର କାର୍ଯ୍ୟ କରିଥାଏ l ଜୀବନରେ ପ୍ରତିଷ୍ଠା ପାଇବା ପାଇଁ ସଦା ସର୍ବଦା ଶିଶୁ ମାନେ ବ୍ରତୀ ହେବା ଉଚିତ ବୋଲି ସମାଜସେବୀ ଶ୍ରୀ ପାଣିଗ୍ରାହୀ ଶିଶୁ ମାନଙ୍କୁ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥି ତଥା ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ “କୈଶୋର ଅବସ୍ଥା ରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ଓ ସ୍ୱଚ୍ଛତା” ବିଷୟରେ ଆଲୋଚନା ପୂର୍ବକ ଶିଶୁ ମାନଙ୍କୁ ନିଜ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ସହ ସ୍ୱଛତା ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ l ବିଦ୍ୟାଳୟ ର ଜଣେ ଛାତ୍ରୀ ଙ୍କର ଅବିଭାବକ ଭାବରେ ଯୋଗ ଦେଇ ସବିତା ବୁଡ଼ା “ମୋ ଝିଅ ମୋ ଗର୍ବ ” ଶିଷକ ବିଷୟ ଉପରେ ଆଲୋଚନା କରିବା ସହ ତାଙ୍କରି ଶିଶୁ ର ଆଚାର ବ୍ୟବହାର ତଥା ଶୃଙ୍ଖଳିତ କର୍ମନିଷ୍ଟ ଆଚରଣ ବିଷୟରେ ବକ୍ତବ୍ୟ ରଖିଥିଲେ l
ଶେଷରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବାଲ୍ୟ ବିବାହ ନିୟନ୍ତ୍ରଣ ଉପରେ ପର୍ଯବେଶିତ ” ବାଲ୍ୟ ବିବାହ କୁ ନା.. ” ଶୀର୍ଷକ ଏକ ସଚେତନଧର୍ମୀ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ l ଆଜିର ଏହି ବିଶେଷ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ତଥା କୁନି କୁନି ଶିଶୁମାନେ ପରିଚାଳନା ରେ ସକ୍ରିୟ ସହଯୋଗ କରିଥିଲେ।
ଧନୁପାଲି ଶ୍ରୀ ଗଣେଶ ଉଚ୍ଚ ବିଦ୍ୟାଳୟ ରେ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା:ଶୃଙ୍ଖଳା ହିଁ ଶିଶୁ ଙ୍କର ଅଳଙ୍କାର- ସୂର୍ଯ୍ୟ ପାଣିଗ୍ରାହୀ
