Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଷ୍ଟରକ୍ୟାଣ୍ଟିନରେ କଂଗ୍ରେସ ବିଧାୟକଙ୍କ ଧାରଣା, ଅସୁସ୍ଥ ହେଲେ ତାରା

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନରେ କଂଗ୍ରେସ ବିଧାୟକଙ୍କ ଧାରଣା। ଗତକାଲି ରାତିରୁ ରାସ୍ତା ଉପରେ ଶୋଇ ଧାରଣା ଦେଇଛନ୍ତି।ବିଧାୟକଙ୍କ ସହ ଧାରଣାରେ ବସିଛନ୍ତି କଂଗ୍ରେସ କର୍ମୀ। ସାରା ରାତି ଧାରଣାରତ ବିଧାୟକମାନଙ୍କ ମଧ୍ୟରୁ ବିଧାୟକ ତାରା ପ୍ରସାଦ ବାହିନୀପତି ଅସୁସ୍ଥ ହୋଇଛନ୍ତି।

ବିଧାନସଭାକୁ କଂଗ୍ରେସର ମୋଟ ୧୪ ବିଧାୟକ ନିର୍ବାଚିତ ହୋଇ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ସସପେଣ୍ଡ କରାଯାଇଛି। ସେମାନଙ୍କୁ ୭ ଦିନ ପାଇଁ ନିଲମ୍ବିତ କରାଯାଇଛି। ନିଲମ୍ବିତ ବିଧାୟକମାନେ ହେଲେ ରାମଚନ୍ଦ୍ର କାଡାମ, ସୋଫିଆ ଫିର୍ଦ୍ଦୋସ, ଅଶୋକ ଦାସ, ରାଜନ ଏକ୍କା, ଦାଶରଥି ଗମାଙ୍ଗ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, ନୀଳମାଧବ ହିକକା ଓ କାଡ୍ରାକା ଆପାଲାସ୍ବାମୀ। ପୂର୍ବରୁ ୭ ଦିନ ପାଇଁ ନିଲମ୍ବିତ ହୋଇଥିଲେ ତାରା ବାହିନୀପତି।

ନିଲମ୍ବିତ ବିଧାୟକଙ୍କୁ ଗୃହରୁ ବାହାର କରିବାକୁ ମାର୍ଶାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି। ଗଣତନ୍ତ୍ରର ହତ୍ୟା ହୋଇଛି। ଯେପର୍ଯ୍ୟନ୍ତ ନାରୀ ସୁରକ୍ଷା ପାଇଁ ଗୃହ କମିଟି ଗଠନ ନହୋଇଛି, ସେ ପର୍ଯ୍ୟନ୍ତ ବିଧାନସଭା ଭିତରେ ରାତି ସାରା ଧାରଣାରେ ବସିବେ ବୋଲି କହିଛନ୍ତି ତାରା ବାହିନୀପତି। ପୁଲିସ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ବିଧାନସଭା ଆଗରେ ପ୍ରାୟ ଦୁଇ ଘଣ୍ଟା ଧରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ