Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଇଭ ଶୋ’ରେ କାନ୍ଦିଲେ ନେହା କକ୍କର; ଅଷ୍ଟ୍ରେଲିଆ ଲୋକଙ୍କୁ ମାଗିଲେ କ୍ଷମା

ସିଡନୀ: ନେହା କକ୍କରଙ୍କ କନସର୍ଟ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଥିଲା। ଏହି ଘଟଣାର ଏକ କ୍ଲିପ୍ Redditରେ ଭାଇରାଲ କରାଯାଇଛି। ଏଥିରେ ନେହା କାନ୍ଦୁଥିବାର ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ସେ କନ୍ସର୍ଟରେ ପ୍ରାୟ ୩ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ସେ ପହଞ୍ଚିବା ପରେ ଲୋକମାନେ ଠିଆ ହୋଇ ତାଙ୍କୁ ସ୍ବାଗତ କରିଥିଲେ। ତେବେ ନେହା ମଞ୍ଚ ଉପରେ ପହଞ୍ଚିବା ପରେ ଦର୍ଶକମାନଙ୍କୁ କ୍ଷମା ମାଗି କାନ୍ଦିବାକୁ ଲାଗିଥିଲେ।ଆପଣମାନେ ବହୁତ ସମୟ ଧରି ଅପେକ୍ଷା କରିଛ। ମୁଁ ବହୁତ ଦୁଃଖିତ। ଏହା ଏକ ବଡ଼ କଥା। ମୁଁ ସବୁବେଳେ ଏହି ସନ୍ଧ୍ୟାକୁ ମନେ ରଖିବି। ଆଜି ଆପଣ ସମସ୍ତେ ମୋ ପାଇଁ ବହୁତ ମୂଲ୍ୟବାନ ସମୟ ବାହାର କରି ଆସିଛନ୍ତି। ମୋ ବିଳମ୍ବ ପାଇଁ କ୍ଷମା ମାଗୁଛି। ଯେତେବେଳେ ନେହା କାନ୍ଦିବାକୁ ଲାଗିଲେ, ଅନେକ ଦର୍ଶକ ତାଙ୍କୁ ସମର୍ଥନ କରିବା ସହ ତାଳି ମାରିଥିଲେ।

ସେହି ସମୟରେ ଆଉ କିଛି ଲୋକ ସେମାନଙ୍କର କ୍ରୋଧ ମଧ୍ୟ ପ୍ରକାଶ କରିଥିଲେ। କ୍ଲିପ୍‌ରେ ଲୋକଙ୍କ ଚିତ୍କାରର ଶବ୍ଦ ଶୁଣାଯାଉଛି। ଭିଡ ଭିତରୁ ଜଣେ କହୁଛନ୍ତି, ଏହା ଭାରତ ନୁହେଁ, ଏହା ଅଷ୍ଟ୍ରେଲିଆ। ହୋଟେଲକୁ ଫେରିଯାଅ ଏବଂ ବିଶ୍ରାମ ନିଅ। ଯେତେବେଳେ ନେହା ଜୋରରେ କାନ୍ଦିବାକୁ ଆରମ୍ଭ କରନ୍ତି, ଦର୍ଶକମାନେ ଚିତ୍କାର କରନ୍ତି, ବହୁତ ଭଲ ଅଭିନୟ। ଏହା ଇଣ୍ଡିଆନ୍ ଆଇଡଲ୍ ନୁହେଁ।