Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ରାଜ୍ୟାଭିଷେକ ଉତ୍ସବରେ ନମସ୍ତେ କହି ଟ୍ରୋଲ ହେଲେ ସୋନମ

ନୂଆଦିଲ୍ଲୀ: ଦୀର୍ଘ ୭୦ ବର୍ଷ ପରେ କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ପାଳନ ହେଉଥିବା ରାଜ୍ୟାଭିଷେକ ଉତ୍ସବରେ ଯୋଗ ଦେଇଥିଲେ ବଲିଉଡ୍‌ ଡିଭା ସୋନମ୍‌ କପୁର। ତିନି ଦିନ ଧରି ଏହି ଉତ୍ସବକୁ ପାଳନ କରିଛନ୍ତି ବ୍ରିଟେନବାସୀ। ଏହି ଉତ୍ସବରେ ସୋନମ କପୁର ଅନାମିକା ଖାନ୍ନା ଏବଂ ନ୍ୟୁଜିଲ୍ୟାଣ୍ଡରେ ଜନ୍ମିତ ବ୍ରିଟେନର ଡିଜାଇନର୍ ଏମିଲିଆ ୱିକଷ୍ଟେଡଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଏକ ପୋଷାକ ପିନ୍ଧିଥିଲେ। ଏହି ଚଟାଣ ଯାଏ ଲମ୍ବଥିବା ଗାଉନ୍‌ରେ ବେଶ୍‌ ଆକର୍ଷଣୀୟ ଦିଶୁଥିଲେ ସୋନମ କପୁର। ଯେଉଁଥିପାଇଁ ତାଙ୍କୁ ବହୁତ ପ୍ରଶଂସା ମିଳିଥିଲା । କିନ୍ତୁ ସେ ଏବେ ସେ ତାଙ୍କ ଅଭିଭାଷଣକୁ ନେଇ ଟ୍ରୋଲର ସମ୍ମୁଖୀନ ହେଉଛନ୍ତି। ଏହି ବିଶେଷ ଉତ୍ସବରେ ନମସ୍ତେ କହି ସୋନମ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ଏହାକୁ ନେଇ ଟ୍ରୋଲରମାନେ ତାଙ୍କ ମଜାକ୍‌ ଉଡାଉଥିବା ଦେଖିବାକୁ ମିଳିଛି।

ଏହି ଭାଷଣ ପୂର୍ବରୁ ସୋନମ କପୁରଙ୍କୁ ବଲିଉଡର ସବୁଠାରୁ ଚର୍ଚ୍ଚିତ ତଥା ଲୋକପ୍ରିୟ ଅଭିନେତ୍ରୀ ଭାବରେ ପରିଚିତ କରାଯାଇଥିଲା। ସୋନମ ନମସ୍ତେ କହି ମଞ୍ଚରୁ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ଏହି ଅଭିଭାଷଣରେ ସୋନମ କପୁର କହିଛନ୍ତି, ‘ଆମର ରାଷ୍ଟ୍ରମଣ୍ଡଳ ହେଉଛି ଏକ ସଂଘ। ଆମେ ଏକତ୍ର ଭାବେ ବିଶ୍ୱର ଏକ ତୃତୀୟାଂଶ ଲୋକ। ଆମର ପ୍ରତ୍ୟେକ ଦେଶ ଅନନ୍ୟ। ପ୍ରତ୍ୟେକ ବ୍ୟକ୍ତି ସ୍ୱତନ୍ତ୍ର। ଏଭଳି କିଛି ସେ ତାଙ୍କ ଅଭିଭାଷଣରେ ରଖିଥିଲେ। ସୋନମଙ୍କ ଏହି ଭାଷଣକୁ ଟ୍ରୋଲରମାନେ ପରିହାସ କରୁଥିବା ଦେଖିବାକୁ ମିଳିଛି। ଟ୍ରୋଲରମାନେ ନୃତ୍ୟ ଏବଂ ଭାଷଣକୁ ନେଇ ସ୍ୱତନ୍ତ୍ର ଭାବେ ଟ୍ୱିଟ୍ କରୁଥିବା ଦେଖିବାକୁ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ