Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ବିଧାନସଭା ଘେରାଉ କରିବ କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ମହିଳା ନିର୍ଯ୍ୟାତନା ବୃଦ୍ଧି ପ୍ରତିବାଦରେ ଆଜି ଦିନ ୧୦ ଘଟିକା ସମୟରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଲୋଏର ପିଏମ୍‌ଜି ଠାରେ ବିଧାନସଭା ଘେରାଉ କରାଯିବ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲ, ଓଡ଼ିଶା ସହ-ପ୍ରଭାରୀ ମିସ୍ ରୋଜାଲିନା ତିର୍କି, କଂଗ୍ରେସ ବିଧାୟକ ଓ ବରିଷ୍ଠ କଂଗ୍ରେସ ନେତା ଯୋଗଦେବେ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ କଂଗ୍ରେସ କର୍ମୀ ଓ ବିଶେଷ କରି ମହିଳା ଓ ବିଭିନ୍ନ ବର୍ଗର ଲୋକ ଅଂଶ ଗ୍ରହଣ କରିବେ। ବିଧାନସଭାରୁ ନିଲମ୍ବିତ ହୋଇଥିବା କିଛି କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତା ଗତକାଲି ସଂଧ୍ୟାରେ ସ୍ବତନ୍ତ୍ର ଟି-ସାର୍ଟ ପିନ୍ଧି ଚା ପିଇ ପ୍ରତିବାଦ କରିଛନ୍ତି।

ବିଧାନସଭାକୁ କଂଗ୍ରେସର ମୋଟ ୧୪ ବିଧାୟକ ନିର୍ବାଚିତ ହୋଇ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ସସପେଣ୍ଡ କରାଯାଇଛି। ସେମାନଙ୍କୁ ୭ ଦିନ ପାଇଁ ନିଲମ୍ବିତ କରାଯାଇଛି। ନିଲମ୍ବିତ ବିଧାୟକମାନେ ହେଲେ ରାମଚନ୍ଦ୍ର କାଡାମ, ସୋଫିଆ ଫିର୍ଦ୍ଦୋସ, ଅଶୋକ ଦାସ, ରାଜନ ଏକ୍କା, ଦାଶରଥି ଗମାଙ୍ଗ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, ନୀଳମାଧବ ହିକକା ଓ କାଡ୍ରାକା ଆପାଲାସ୍ବାମୀ। ପୂର୍ବରୁ ୭ ଦିନ ପାଇଁ ନିଲମ୍ବିତ ହୋଇଥିଲେ ତାରା ବାହିନୀପତି। ସେହିପରି ନିଲମ୍ବିତ ବିଧାୟକଙ୍କୁ ଗୃହରୁ ବାହାର କରିବାକୁ ମାର୍ଶାଲଙ୍କୁ ନିର୍ଦ୍ଦେଶ ମଧ୍ଯ ଦେଇଥିଲେ ବାଚସ୍ପତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ