Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଭିକମପାଲି ସମବାୟ ସମିତିର ବାର୍ଷିକ ସାଧାରଣ ସଭା

ଝାରସୁଗୁଡା ୨୭/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ବୈଠକ ସଭାପତି ଦେବଦତ୍ତ ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରି ଅନ୍ତର୍ଜାତୀୟ ସମବାୟ ବର୍ଷ ପାଳନ କରା ଯାଇଥିଲା । ଏହା ପରେ ସଭାପତି ଶ୍ରୀ ନାଥ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ପରକ୍ଷିତ ପଧାନ ବାର୍ଷିକ ବିବରଣୀ ପଠନ ସହ ଆୟବ୍ୟୟ ଓ ୨୦୨୫/୨୬ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିଥିଲେ । ଉକ୍ତ ସାଧାରଣ ସଭାରେ ସମ୍ବଲପୁର ସମବାୟ କେନ୍ଦ୍ର ବ୍ୟାଙ୍କ ଦ୍ୱାରା ପରିଚାଳିତ କନକତୋରା ଶାଖା ପରିଚାଳକ ପରମେଶ୍ୱର ପଟେଲ ଯୋଗଦେଇ କଦଳୀ ଚାଷ ଏବଂ ଏହାର ବଜାରୀ କରଣ ସମ୍ବନ୍ଧରେ ବୁଝାଇବା ସହିତ ପ୍ରତ୍ୟେକ ଚାଷୀ ଜୀବନ ବୀମା କରିବା ପାଇଁ ପରାମର୍ଶ ଦେଇଥିଲେ ।
ସେହିଭଳି ଉପସ୍ଥିତ ଚାଷୀ ମାନେ ନାନୋ ୟୁରିଆ ଓ ଡିଏପି ରାସାୟନିକ ସାରକୁ କିଆରୀରେ ପ୍ରୟୋଗ ବେଳେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହାକୁ ନେବା ପାଇଁ ବାଧ୍ୟ ବାଧକତା ନ କରିବା, ଉନ୍ନତ ମାନର ଧାନ ବିହନ, ୟୁରିଆ, ଗ୍ରୋମର ଆଦି ଚାଷୀଙ୍କ ଆବଶ୍ୟକତା ଅନୁସାରେ ପ୍ୟାକ୍ସରେ ମହଜୁଦ ରଖିବା, ଆଗାମୀ ଦିନରେ ନୂତନ ଭାବେ ଗଠିତ ପଲସଦା ପ୍ୟାକ୍ସ ମାଧ୍ୟମରେ ଧାନ କ୍ରୟ କରିବା ଏବଂ ରାସାୟନିକ ସାର ଯୋଗାଇ ଦେବାକୁ ସ୍ଥାନୀୟ ଚାଷୀ ମାନେ ଦାବି ଉପସ୍ଥାପନ କରିଥିଲେ । ସମ୍ପାଦକ ପରକ୍ଷିତ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବାର୍ଷିକ ସଭାରେ ସମିତିର ପୂର୍ବତନ ସଭାପତି ନିର୍ମଳ ପ୍ରସାଦ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ, ବୋର୍ଡ ସଭ୍ୟ,ସଭ୍ୟାଙ୍କ ମଧ୍ୟରେ ସଂଯୁକ୍ତା ସାମନ୍ତରାୟ, ଗିରିଶ ଚନ୍ଦ୍ର ଖମାରୀ,ଫକୀର ସାହୁ, ନାରାୟଣ ସାହୁ,କ୍ଷେତ୍ରବାସୀ ମେହେର, ବୁଧନ ନାଏକ, ବୋଧରାମ ପଟେଲ, ନେହେରୁ ମେହେର, ପୁରୁଷୋତ୍ତମ ମେହେରଙ୍କ ସମେତ ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟାରେ ଚାଷୀମାନେ ଅଂଶଗ୍ରହଣ ।

More Stories