Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପ୍ରାକ ଶିକ୍ଷା ହିଁ ପ୍ରେରଣାର ଉତ୍ସ ଓ ଉଚ୍ଚ ଶିକ୍ଷାର ସୋପାନ

ସମ୍ବଲପୁର:ପ୍ରାକ ଶିକ୍ଷା ହିଁ ପ୍ରେରଣାର ଉତ୍ସ ଓ ଉଚ୍ଚ ଶିକ୍ଷାର ସୋପାନ।ଏଣୁ ପ୍ରାଥମିକ ଶିକ୍ଷାକୁ ମଜଭୁତ କରିବାକୁ ହେଲେ ଭାବମୟ ପରିବେଶ ସୃଷ୍ଟି କରି ମାତୃଭାଷା ବା ଘର ଭାଷାହିଁ ମାଧ୍ୟ୍ୟମରେ ଶିକ୍ଷାଦାନ ସହିତ ଶିକ୍ଷାର୍ଥୀର ଋଚିକୁ ପ୍ରାଧାନ୍ୟ ଦେଇ ଶିକ୍ଷକ ଓ ଅବିଭାବକଙ୍କ ପ୍ରେରଣା ରହିଲେ ପ୍ରତିଟି ଶିକ୍ଷାର୍ଥୀ ପ୍ରତିଷ୍ଠା ଲାଭ କରିପାରିବେ, ଯାହା ଜାତୀୟ ଶିକ୍ଷାନୀତି ମୂଳ ଲକ୍ଷ ବୋଲି ମତ ପ୍ରକାଶ ପାଇଛି।
ଜୁଯୋମୁରା ବ୍ଲକ ଠାକୁରମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପଞ୍ଚମ ଶ୍ରେଣୀ ଶିକ୍ଷାର୍ଥୀଙ୍କ ବିଦାୟ କାଳୀନ ସଭାରେ ବକ୍ତା ଓ ଅତିଥି ମାନେ ଜାତୀୟ ଶିକ୍ଷାନୀତିର ଉଚ୍ଚ ପ୍ରଶଂସା କରି ଏହାର ଉପାଦେୟତା ଉପରେ ଆଲୋକପାତ କରିଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ତଥା ସମାଜସେବୀ ଜଗତରାମ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସହକାରୀ ଶିକ୍ଷକ କୃପାସିନ୍ଧୁ ଚାନ୍ଦ ଅତିଥି ପରିଚୟ ସହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବରଗଡ଼ ଜିଲ୍ଲା ଶିକ୍ଷାଧିକାରୀ ତଥା ସମଗ୍ର ଶିକ୍ଷା ଡିପିସି ବିଶ୍ୱନାଥ ସାହୁ ପିଲା ଦିନର ଅନେକ ଅଭିଜ୍ଞତାକୁ ଆଧାର କରି ବିଭିନ୍ନ ଉଦାହରଣ ଦେଇ ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ।ମୁଖ୍ୟବକ୍ତା ଭାବେ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ଡାକ୍ତର ରାଜାରାମ ଷଡ଼ଙ୍ଗୀ ଓ ସମ୍ମାନିତ ଅତିଥି ଭାବେ ଜୁଯୋମୁରା ବ୍ଲକ ସହକାରୀ ଗୋଷ୍ଠି ଶିକ୍ଷା ଅଧିକାରୀ ମାନଭଞ୍ଜନ ପ୍ରଧାନ,ଘେନୁପାଲି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅଶ୍ୱିନୀ କୁମାର ପ୍ରଧାନ,ଘେନୁପାଲି ସରପଞ୍ଚ ଜଗତେଶ୍ୱର ମିର୍ଦ୍ଧା,ସ୍କୁଲ ପରିଚଳନା କମିଟି ସଭାପତି ହିମାଂଶୁ ଶେଖର ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସତ୍ୟବାଦୀ ଟପ୍ପୋ ଓ ମନୋଜ କୁମାର ସାହୁ ସଂଯୋଜନା କରିଥିଲେ।
ଏହି ଅବସରରେ ପୂର୍ବତନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ସାହୁ,ଅଶୋକ ଚନ୍ଦ୍ର ସାହୁ,ଆଶା ସନ୍ତୋଷିନୀ ପ୍ରଧାନ, ଅଙ୍ଗନୱାଡି କର୍ମୀ ସୁରେଶ୍ୱରୀ ଭୋଇ, ସାମ୍ବାଦିକ ସ୍ମୃତି ସ୍ୱରୂପ ବାରିକ, ରାନ୍ଧୁଣିଆ ଦ୍ରୌପଦୀ ରାଉତ, ଘେନୁପାଲି ପ୍ରଧାନଶିକ୍ଷକ ରଞ୍ଜନ ମିର୍ଦ୍ଧା, ପାପପାଲି ପ୍ରଧାନଶିକ୍ଷକ ସର୍ଦସ ଦେହୁରୀ, ଖେଜୁରପାଲି ପ୍ରଧାନଶିକ୍ଷୟତ୍ରୀ ସୋନି ଗନିଅର, ସହକାରୀ ଶିକ୍ଷୟତ୍ରୀ ସୋନାଲିକା ମିର୍ଦ୍ଧା ପୂର୍ବତନ ଆଞ୍ଚଳିକ ଗୋଷ୍ଠି ସାଧନ ସଂଯୋଜକ ଅଶ୍ୱିନୀ ସିଂଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ସ୍କୁଲର ପଞ୍ଚମ ଶ୍ରେଣୀର ସମସ୍ତ ଉତ୍ତୀର୍ଣ୍ଣ ଶିକ୍ଷାର୍ଥୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା।ସ୍କୁଲର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିବା ବେଳେ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଶେଷରେ ପ୍ରଧାନଶିକ୍ଷକ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।