Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଡ଼ହଗାଁ ଠାରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ।

କଳାହାଣ୍ଡି: ୨୯/୦୩
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡହଗାଁ ସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ର ସଭାପତି ଜିତେନ୍ଦ୍ର କୁମାର ଭକ୍ତ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ, ମୂଖ୍ୟବକ୍ତା ବ୍ଲକ ଶିକ୍ଷା ଅଧିକାରୀ ମହେଶ ଭାଟି, ସମ୍ମାନୀତ ଅତିଥି ଜିଲ୍ଲା ବିଜ୍ଞାନ ତଦାରଖ ଅଧିକାରୀ ଦୁଷ୍ମନ୍ତ ପାଢ଼ୀ, ଜନ ସଂପର୍କ ଅଧିକାରି ସୋମନାଥ ସାହୁ, ଖୁଣ୍ଟିଆ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଧାଂଶୁ ପଣ୍ଡା, ନେଗିଗୁଡ଼ା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଯୁବରାଜ ଜାଲ, ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ତ୍ରିଲୋଚନ ମହାନନ୍ଦ, ସିଆରସିସି ଦିଲୀପ ସାହୁ, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମହେନ୍ଦ୍ର କୁମାର୍ ବଣିଆ ଉପସ୍ଥିତ ଥିଲେ । ମଞ୍ଚ ସଂଯୋଜନା ମନ ମୋହନ ଦାସ କରିଥିଲେ ।ଲାବଣ୍ୟ ସିଂ, ସମୀର ପାତ୍ର, ପ୍ରୟାଗ ଯୋଶୀ, ସେତୁରାମ ନାଏକ, କେଷାନ୍ତି ନାଗ, ଗୋପ ନାଏକ, ବର୍ଷା ପ୍ରଧାନ, ସରିତା ଭରତିଆ, ଯଶୋଦା ପୁଝାରୀ, ଭାରତ ଭାଇସାଲ, ଆଲୋକ ଛତ୍ରିଆ, ଗଣପତି ପୁଝାରୀ, ତତ୍ ସହ କ୍ରୀଡ଼ା ପରିଚାଳନା କରିଥିଲେ ଡଙ୍ଗରିଗୁଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ ଅଜୟ ସରାଫ, ନୋଡାଲ ଉଚ୍ଚ ବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ ଅମିତ ମହାନ୍ତି ତଥା ବିଦ୍ୟାଳୟର ଦୁଇ କ୍ରୀଡ଼ା ଶିକ୍ଷକ ଉତ୍ତମ୍ ସାହୁ ଓ କୃଷ୍ଣ ଚନ୍ଦ୍ର ମଶ୍ରା ଦ୍ଵିଦିବସୀୟ କ୍ରୀଡା ପରିଚାଳନା କରିଥିଲେ। ବରିଷ୍ଠ ବିଜ୍ଞାନ ଶିକ୍ଷକ ସାମନ୍ତ ପଟ୍ଟଯୋଶୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ପରିଶେଷରେ ଗଡଜାତ ଅଞ୍ଚଳର ପ୍ରାଣ କେନ୍ଦ୍ର ତଥା ଦଣ୍ଡପାଟର କେନ୍ଦ୍ରସ୍ଥଳୀ ଡହଗାଁ ଉଚ୍ଚ ବିଦ୍ୟାଳୟ ପିଏମ ଶ୍ରୀ ସରକାରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନ୍ୟତା ପାଇ ଥିବାରୁ କମିଟିର ସଭାପତି ତ୍ରିଲୋଚନ ମହାନନ୍ଦ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଥିଲେ।