Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫ୍ୟାନ୍ସଙ୍କୁ ପସନ୍ଦ ଆସୁନି ଫିଲ୍ମ ସିକନ୍ଦର

ମୁମ୍ବାଇ: ବଲିଉଡର ଭାଇଜାନ ଅର୍ଥାତ୍ ସଲମାନ ଖାନଙ୍କ ଫିଲ୍ମ ସିକନ୍ଦର ମାର୍ଚ୍ଚ ୩୦ତାରିଖରେ ରିଲିଜ୍ ହୋଇଛି। ପ୍ରଶଂସକମାନେ ଏହି ଫିଲ୍ମ ପାଇଁ ବହୁତ ଦିନ ଧରି ଅପେକ୍ଷା କରିଥିଲେ ଯାହା ଏବେ ଶେଷ ହୋଇଯାଇଛି। ଫିଲ୍ମର ଆଡଭାନ୍ସ ବୁକିଂକୁ ଦେଖିଲେ ଏହା ବ୍ଲକବଷ୍ଟର ହେବ ବୋଲି ଅନୁମାନ କରାଯାଉଥିଲା, କିନ୍ତୁ ଏହା ପୂର୍ବରୁ ଫିଲ୍ମର ପ୍ରଥମ ଦିନର ପ୍ରଥମ ଶୋ ରିଭ୍ୟୁ ମଧ୍ୟ ଆସିସାରିଛି।

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଫିଲ୍ମକୁ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। କେହି କେହି ଫିଲ୍ମକୁ ପସନ୍ଦ କରିଥିବା ବେଳେ ଆଉ କିଛି ଫ୍ୟାନ୍ସଙ୍କୁ ଏହା ପସନ୍ଦ ଆସିନି। ପ୍ରଥମ ଦିନରୁ ହିଁ ‘ସିକନ୍ଦର’ ପ୍ରଶଂସକଙ୍କୁ ନିରାଶା କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।ଭାଇଜାନଙ୍କ ଫିଲ୍ମ ପାଇଁ ଇଦ୍ ସବୁବେଳେ ବହୁତ ଖାସ୍ ହୋଇଆସିଛି କିନ୍ତୁ ଏଥର ‘ସିକନ୍ଦର’ ସେହି ଯାଦୁ ଦେଖାଇପାରି ନାହିଁ ।  ତେବେ ଫିଲ୍ମ ରିଲିଜର ପ୍ରଥମ ଦିନର ବକ୍ସ ଅଫିସ କଲେକ୍ସନ କଥା କହିବାକୁ ଗଲେ ଫିଲ୍ମଟି ସଲମାନ ଖାନଙ୍କ ଶ୍ରେଷ୍ଠ ୫ ଓପନର ଫିଲ୍ମ ଭିତରେ ମଧ୍ୟ ସ୍ଥାନ ପାଇପାରି ନାହିଁ।

୨୦୦ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ଏହାର ପ୍ରଥମ ଦିନରେ ୨୬ କୋଟି ଟଙ୍କା କଲେକ୍ସନ କରିଛି । ‘ ସିକନ୍ଦର’ ପ୍ରଥମ ଦିନରେ ହିଁ ଅନେକ ବଲିଉଡ୍ ଫିଲ୍ମର ଲାଇଫଟାଇମ୍ କଲେକ୍ସନକୁ ଅତିକ୍ରମ କରିଛି। ‘ସିକନ୍ଦର’ ଏହାର ଓପନିଂରେ ‘ବ୍ୟାଡ୍ଆସ୍ ରବିକୁମାର’, ‘ଆଜାଦ’, ‘ଲଭୟାପା’, ‘ମେରେ ହସବ୍ୟାଣ୍ଡ କି ବିବି’, ‘ଫତେହ’ ଏବଂ ‘ଏମର୍ଜେନ୍ସି’ ଭଳି ଫିଲ୍ମର ମିଳିତ ଆୟ ଅପେକ୍ଷା ଅଧିକ ରୋଜଗାର କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ