Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣା; ଚୌଦ୍ବାର ନିର୍ଗୁଣ୍ଡିରେ ସରିଲା ରେଲୱେ ଟ୍ରକ୍‌ ମରାମତି

ଭୁବନେଶ୍ୱର: ବେଙ୍ଗାଲୁରୁ କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ହେବାରୁ ଟ୍ରାକରୁ ଖସିପଡିଥିଲା ଏଗାର ବଗି । ଦୁର୍ଘଟଣାରେ ଜଣେ ମୃତ୍ଯୁ ବରଣ କରିଥିବା ବେଳେ ୭ ଜଣ ଆହତ ହୋଇଥିବା ସୂଚନା ରହିଛି ।ମୃତକ ଜଣକ ପଶ୍ଚିମବଙ୍ଗର ଶୁଭଙ୍କର ରୟ ବୋଲି ସୂଚନା ମିଳିଛି ।

ଆଉ ଏବେ ଚୌଦ୍ବାର ନିର୍ଗୁଣ୍ଡିରେ ରେଲୱେ ଟ୍ରକ୍‌ ମରାମତି ସରିଥିବା ନେଇ ସୂଚନା ମିଳିଛି। ଖୁବ୍‌ଶୀଘ୍ର ଟ୍ରେନ୍‌ ଚଳାଚଳ ନେଇ ରେଲୱେ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜଣେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୫ ଲକ୍ଷର ସହାୟତା ରାଶି ଘୋଷଣା କରାଯାଇଛି । ସେହିପରି ଜଣେ ଗୁରୁତର ଆହତଙ୍କୁ ଅଢ଼େଇ ଲକ୍ଷ, ୨ ଆହତଙ୍କୁ ୫୦ ହଜାର ପ୍ରଦାନ କରାଯିବ ।

ତେବେ ଗତକାଲି ପୂର୍ବାହ୍ନ ୧୧ଟା ୫୪ ମିନିଟ୍‌ରେ ନିର୍ଗୁଣ୍ଡିରେ ବେଙ୍ଗାଲୁରୁ- କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନ୍ ଚ୍ୟୁତ ହୋଇଥିଲା। ଧଉଳି, ନୀଳାଚଳ, ପୁରୁଲିଆ ସୁପରଫାଷ୍ଟର ଗତିପଥ ବଦଳିଛି। ଡାଉନ ଲାଇନରେ ୫ଟି ଟେନ୍‌ର ଗତିପଥ ବଦଳାଯାଇଛି। ଅପଳାଇନରେ ସବୁ ଟ୍ରେନ୍‌ ଠିକ୍‌ ଭାବେ ଚାଲିଛି । ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ ହେବାର କାରଣ ଖୋଜିବା ପାଇଁ ରେଳ ବିଭାଗର ଏକ କମିଟି ଗଠିତ ହୋଇଛି ।